ବ୍ରହ୍ମପୁର : ବହୁ ଚର୍ଚ୍ଚିତ ବ୍ୟବସାୟୀ ସୁଧିର ପାତ୍ର ଅପହରଣ ହତ୍ୟା ଘଟଣା । ଗୁଳି ଫୁଟାଇଥିବା ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଆଉ ଚାରି ଅଭିଯୁକ୍ତ ଏଵେ ବି ଫେରାର । ଗୁଳି ଫୁଟାଇଥିବା ଓ ଫୋନ ଯୋଗେ ସୁଧୀରଙ୍କ ସ୍ତ୍ରୀଙ୍କୁ ଧମକ ଦେଇ ଟଙ୍କା ମାଗିଥିବା ଦୁଇ ଅଭିଯୁକ୍ତ ଏବେ ବି ଫେରାର l ପୋଲିସ ସେମାନଙ୍ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏହି ମାମଲାରେ ସୁଧୀର ଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାରଙ୍କ ସମେତ ୯ ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି।
ଘଟଣା ଦିନ ଘଟଣା ସ୍ଥଳ ରେ ତିନି ଅଭିଯୁକ୍ତଙ୍କ ହାତରେ ଥିଲା ପିସ୍ତଲ ହେଲେ ଫୁଟାଇ ଥିଲା ଜଣେ । ପୋଲିସ ସୁରତ ଅଞ୍ଚଳରୁ ଆସିଥିବା ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପଙ୍କୁ ଧରିବା ସହ ତାଙ୍କ ଠାରୁ ପିସ୍ତଲ ଓ ଅଫୁଟା ଗୁଳି ଜବତ କରିସାରିଥିଲା । ସେପଟେ ଅନ୍ୟତମ ଅଭିଯୁକ୍ତ ନାରାୟଣ ପ୍ରଧାନ ଧରିଥିବା ପିସ୍ତଲକୁ ଘଟଣା ସ୍ଥଳରୁ ଫେରାର ସମୟରେ ଆଶିଷ ମହାପାତ୍ର ଓ ନାରାୟଣ ମିଶି ସେହି ପିସ୍ତଲକୁ ନାରାୟଣ ବାଘୁଆ ଡ୍ୟାମରେ ଫୋପାଡ଼ି ଦେଇଥିବା ସିନ ରିକ୍ରିଏସନ ବେଳେ କହିଥିଲେ । ଏଵେ ପୋଲିସ ଫେରାର ଥିବା ଭି ନାମାଧାରୀ ଅଭିଯୁକ୍ତକୁ ଓ ତାର ପିସ୍ତଲକୁ ଖୋଜୁଛି । ଫେରାର ଥିବା ଚାରି ଅପରାଧୀ ଙ୍କୁ ପୋଲିସ ଖୋଜିବା ପାଇଁ ପୁଣି ଥରେ ବାହାର ରାଜ୍ୟ କୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

