ତିହିଡି, ୦୩.୦୫: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣା ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୁଭେଚ୍ଛା ପ୍ରଦାନ କରାଯାଇଛି । ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଛି । ଏହି ଅବସରରେ ଶିକ୍ଷକ ଦେବବ୍ରତ ନାୟକ ପୌରୋହିତ୍ୟରେ ଶିକ୍ଷାକେନ୍ଦ୍ରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷାକେନ୍ଦ୍ରର ପ୍ରାଣପ୍ରତଷ୍ଠାତା ତଥା ପରିଚାଳନା କମିଟି ସଦସ୍ୟ ବିଜୟ କୁମାର ପଣ୍ଡା ଯୋଗଦେଇ ଦୃଢ଼ ଇଛାଶକ୍ତି ସଫଳତାର ଶୀର୍ଷରେ ପହଂଚାଇଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ କବି ପ୍ରଦୀପ୍ତ କୁମାର ଦାସ ମହାପାତ୍ର, ପରିଚାଳନା କମିଟି ସଦସ୍ୟ ନରେନ୍ଦ୍ର କୁମାର ମିଶ୍ର, ଶିକ୍ଷକ ଗୟାଧର ନାୟକ ଓ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶିକ୍ଷାକେନ୍ଦ୍ରର ମୋଟ ୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୫୧ ନମ୍ବର ରଖି ଏ-୧ ଗ୍ରେଡ଼ ପାଇଥିବା ଛାତ୍ରୀ ଉଲକାଜ୍ୟୋତି ଦଳେଇଙ୍କ ସମେତ ଏ-୨ରେ ୭ଜଣ, ବି -୧ ଓ ବି-୨ ରେ ୧୦ଜଣ, ସି-ରେ ୧୦, ଡି -୦୪, ଇ-ରେ ୦୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଶିକ୍ଷାକେନ୍ଦ୍ରରେ ଫଳାଫଳ ଶତ ପ୍ରତିଶତ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର
ରଘୁନାଥ ଦାସ, ଅଜୟ ବେହେରା, ସବିତା ଲତା ଦାସ ଓ ନକୁଳ ମହାଳିକ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଶିକ୍ଷାକେନ୍ଦ୍ର ପକ୍ଷରୁ ଉନ୍ନତ ମାନର ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଯାଇଥାଏ । ଯାହା ଫଳରେ ବ୍ଲକ ସ୍ତରରେ ଏହି ଶିକ୍ଷାକେନ୍ଦ୍ର ସର୍ବଦା ଚର୍ଚ୍ଚାରେ ରହି ଆସୁଅଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

