ବଣାଇ: ଦେଢଶୂର ଫାର୍ସା ଚୋଟରେ ଭାଇବୋହୂର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜୀବିକା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ ଜୟନ୍ତୀ କିଷାନ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଦେଢଶୂର ପରଦେଶୀ ଭାଇବୋହୂକୁ ଫାର୍ସାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି ।
ସୂଚନାଯୋଗ୍ୟ, ଗତବର୍ଷ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର ୱାର୍ଡ ପ୍ରବୋଧପୁର ପାରା ଗାଁରେ ଜମିଜମା ବିବାଦକୁ ନେଇ ଘଟିଥିଲା ଅଘଟଣ । ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ ଦୀର୍ଘ ଦିନ ଧରି ସେହି ଗାଁର ବାୟାଧର ଜେନାଙ୍କ ଦୁଇ ପୁଅ ଶଶିକାନ୍ତ ଓ ରତିକାନ୍ତ ମଧ୍ୟରେ ଜମିଜମାକୁ ନେଇ କଳହ ଲାଗିରହିଥିଲା । ଘଟଣାକୁ ନେଇ ଭାଇବୋହୂ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ରତିକାନ୍ତ ଏକ ଶାବଳରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ପଡୋଶୀ ମାନେ ଦୌଡ଼ି ଆସିବାରୁ ରତିକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଶଶିକାନ୍ତଙ୍କ ସ୍ତ୍ରୀ ପ୍ରୀତିରେଖାଙ୍କୁ ପ୍ରଥମେ ବାସୁଦେବପୁର ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ବାସୁଦେବପୁର ପୋଲିସ ।

