ମୁଖ୍ୟ ଖବର

ଜାତୀୟ ପତାକା ଉଡ଼ାଇଲେ ବୋଲି ପ୍ରଜାକୋର୍ଟରେ ଯୁବକଙ୍କୁ ମାଓବାଦୀମାନେ ମୃତ୍ଯୁଦଣ୍ଡ ଦେଇଥିବା ଜଣାଯାଇଛି। ଏପରି ଖବର ଆସିଛି ଛତିଶଗଡ଼ ଅବୁଝମାଡ଼ ଅଞ୍ଚଳରୁ। ପୁଲିସ ଇନଫର୍ମର ସହ ପୁଲିସର ଗୋପନୀୟ ସୈନିକର ଆଖ୍ୟା ଦେଇ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆ ଯାଇଥିବା ନେଇ ବ୍ଯାନର ପୋଷ୍ଟର ମଧ୍ଯ ଛାଡ଼ିଛନ୍ତି ମାଓବାଦୀ।

Spread the love

ମାଲକାନଗିରି: ଜାତୀୟ ପତାକା ଉଡ଼ାଇଲେ ବୋଲି ପ୍ରଜାକୋର୍ଟରେ ଯୁବକଙ୍କୁ ମାଓବାଦୀମାନେ ମୃତ୍ଯୁଦଣ୍ଡ ଦେଇଥିବା ଜଣାଯାଇଛି। ଏପରି ଖବର ଆସିଛି ଛତିଶଗଡ଼ ଅବୁଝମାଡ଼ ଅଞ୍ଚଳରୁ। ମାଓବାଦୀଙ୍କ ରାଜଧାନୀ ବୋଲାଉ ଥିବା ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଂଗଲରେ ଥିବା ବିନାଗୋଣ୍ଡା ଗ୍ରାମରୁ ଆସିଥିଲା ଏହି ହୃଦୟସ୍ପର୍ଶୀ ଚିତ୍ର।

ଗାଁର ଜଣେ ଶିକ୍ଷିତ ଯୁବକ ମନୀଷ ନରେଟ୍ଟି ଗତ ସ୍ବାଧୀନତା ଦିବସରେ ମାଓବାଦୀଙ୍କ ଦ୍ବାରା ନିର୍ମିତ ଏକ ସ୍ମାରକ ଉପରେ ଜାତୀୟ ପତାକା ଉଡ଼ାଇଥିଲେ। ଗ୍ରାମବାସୀ ଓ ପିଲାଙ୍କୁ ଏକାଠି କରି ଜାତୀୟ ସଂଗୀତ ଗାନ ବି କରିଥିଲେ। ଏହି ଚିତ୍ର ଚାରିଆଡେ ଭାଇରାଲ ହବା ସହ ଯୁବକଙ୍କୁ ମଧ୍ଯ ଉଚ୍ଚ ପ୍ରଶଂସା କରା ଯାଇ ଥିଲା। ତେବେ ୧୫ ଅଗଷ୍ଟର ଦିନ କେଇଟା ପରେ ବିନାଗୋଣ୍ଡା ଜଂଗଲରେ ଏକ ପ୍ରଜାକୋର୍ଟର ଆୟୋଜନ କରାଯାଇ ସମ୍ପୃକ୍ତ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ଯା କରା ଯାଇଛି। ପୁଲିସ ଇନଫର୍ମର ସହ ପୁଲିସର ଗୋପନୀୟ ସୈନିକର ଆଖ୍ୟା ଦେଇ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆ ଯାଇଥିବା ନେଇ ବ୍ଯାନର ପୋଷ୍ଟର ମଧ୍ଯ ଛାଡ଼ିଛନ୍ତି ମାଓବାଦୀ।

Leave a Reply

Your email address will not be published. Required fields are marked *