କର୍ଣ୍ଣାଟକ : ଗତକାଲି କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ଖୋଲା ମଞ୍ଚରେ ନାଟକ ପ୍ରଦର୍ଶନ ସମୟରେ ଏକ ଛାତ ଭୁଶୁଡି ପଡି ୨ଟି ଶିଶୁଙ୍କ ମୃତ୍ୟୁ ଘଟିଥିଲାବେଳେ ଅନେକ ଆହତ ହୋଇଛନ୍ତି । ଫଳରେ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ସୂଚନାନୁଯାୟୀ, ଯେତେବେଳେ ୭ ଜଣ ଲୋକ ମଞ୍ଚର ଛାତ ତଳେ ବସି ନାଟକ ଦେଖୁଥିଲେ ସେହି ସମୟରେ ହଠାତ୍ ମଞ୍ଚର ଛାତ ଭୁଶୁଡି ପଡିଥିଲା । ଫଳରେ ୨ଟି ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଏହି ମୃତ ଶିଶୁଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ମୃତକ ଶିଶୁ ହେଲେ ବିଶ୍ୱନାଥ ରାମଲିଙ୍ଗ (୮ ବର୍ଷ) ଏବଂ ସାନଭିଥା (୨ ବର୍ଷ) ଭାବରେ ଚିହ୍ନଟ କରାଯାଇଛି । ଏଥିସହ ସମସ୍ତ ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

