ନୀଳଗିରି : ମହୁମାଛି ଆକ୍ରମଣରେ ତିନି ଜଣ ଶିକ୍ଷକ ଗୁରୁତର । ବାଲେଶ୍ଵର ଜିଲ୍ଲା ନୀଳଗିରି ଶିଶୁମନ୍ଦିରରେ ଘଟିଛି ଏଭଳି ଅଘଟଣ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଛୁଟି ହୋଇଗଲା ବିଦ୍ୟାଳୟ । ଜଣେ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳ ସମୟରେ ନୀଳଗିରି ରାଜବାଟୀ ନିକଟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗେଟ୍ ଖୋଲିବା ସମୟର ଅଚାନକ ଶତାଧିକ ମହୁମାଛି ମାନେ ଆକ୍ରମଣ କରିଥିଲେ ସେ ଜୀବନ ବିକଳରେ ଦୌଡିବା ବେଳକୁ ଆଉ ଦୁଇ ଜଣ ଗୁରୁମାଙ୍କୁ ଆକ୍ରମଣ କରିଥିଲେ । ଜଣେ ଶିକ୍ଷକ ଓ ଦୁଇ ଜଣ ଗୁରୁମା ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁମା ପ୍ରଭାମଞ୍ଜରୀ ନାୟକ, ଦୀପ୍ତିମୟୀ ପୃଷ୍ଟି ଓ ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଛୁଟି କରାଯାଇଥିବା ଜଣାପଡିଛି ।

