ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । NDA ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ନିଜର ଦାବି ରଖିଥିଲେ ।
ଏହା ପୂର୍ବରୁ ନୀତିଶ କୁମାର ଇସ୍ତଫା ଦାଖଲ କରିଥିଲେ । ୯ ବର୍ଷ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ସମ୍ରାଟ ଚୌଧୁରୀଙ୍କୁ ସ୍ପଷ୍ଟବାଦୀ ଏବଂ ଆକ୍ରମଣାତ୍ମକ ନେତା ଭାବରେ ବିବେଚନା କରାଯାଏ । ସେ ୨୬ ବର୍ଷ ପୂର୍ବରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୫ରେ ପୁଣି ନିର୍ବାଚନ ହେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।
ଯଦି ବର୍ତ୍ତମାନ କଥା କୁହାଯାଏ ତେବେ ସେ ଏବେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ବିହାରକୁ ଶାସନ କରିବା ସହିତ NDA ଦଳକୁ ଏକାଠି ରଖିବାର ଚ୍ୟାଲେଞ୍ଜକୁ ସାମ୍ନା କରିବେ । ଏହା ପ୍ରଥମ ଥର ଯେତେବେଳେ ବିଜେପିକୁ ବହୁମତ ଆସନ ମିଳିଛି ଏବଂ ସମ୍ରାଟ ଚୌଧୁରୀଙ୍କ ନାମରେ ନିଜର ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିଛି ।

