ଦିଲ୍ଲୀ : ଓଡ଼ିଶା ଭବନରେ ଦିଲ୍ଲୀ ପୋଲିସ । ଛାତ୍ର କଂଗ୍ରେସ ନେତା ନୀରଜ ରାୟ ଗିରଫ । ଗତକାଲି ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ନୀରଜଙ୍କ ସଂପୃକ୍ତି ଥିବାର ଅଭିଯୋଗ ହୋଇଥିଲା । ଓଡ଼ିଶା ଛାତ୍ର କଂଗ୍ରେସ ନେତା ବିଭୁତି ମହାପାତ୍ରଙ୍କ ନାମ ରୁମ ବୁକିଂ ହୋଇଥିଲା । ଓଡ଼ିଶା ଭବନରେ ଚାରିଜଣ ଛାତ୍ର ନେତା ଏଠାରେ ରାତ୍ରିଯାପନ କରିଥିଲେ । ସକାଳୁ ସକାଳୁ ଦିଲ୍ଲୀ ପୋଲିସ ଆସି ନୀରଜଙ୍କୁ ଗିରଫ କରିଛି ।
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୂରଦର୍ଶନରେ ପ୍ରସାରିତ କିଛି ମନ୍ତବ୍ୟର ପ୍ରତିବାଦରେ କାଲି DD ମୁଖ୍ୟାଳୟରେ ଭଙ୍ଗା ରୁଜା କରିଥିଲା ଛାତ୍ର କଂଗ୍ରେସ । ପରେ ଗତକାଲି କାହ୍ନୟା କୁମାରଙ୍କ ସହ ପଳେଇଥିଲେ ଓଡ଼ିଶା ଛାତ୍ର କଂଗ୍ରେସ ନେତା ବିଭୁତି ମହାପାତ୍ର । ଦିଲ୍ଲୀ ପୁଲିସ ଏବେ ବିଭୁତିଙ୍କୁ ଖୋଜୁଛି । ଭଙ୍ଗାରୁଜାରେ ବିଭୂତି ସାମିଲ ଥିବାର ଅଭିଯୋଗ ହୋଇଛି । ଏପଟେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିଭୂତି ନିନ୍ଦା କରିଛନ୍ତି ।

