ଶନିବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ବହୁ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ହୋଇଥିଲା। ଅଞ୍ଚଳ ବାସୀଙ୍କ ବହୁ ଦିନର ଆଶା ପୂରଣ ତଥା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ଦାସ ଆଜି ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ ଶୁଭ ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କମଲ ବିହାରୀ ଦାସ,

ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, କାଉନସିଲର ସିବୋନ ରାୟ, କାହ୍ନୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

