ତିହିଡି – ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବମୁଖର ସମଗ୍ର ଚାନ୍ଦବାଲି ଅଞ୍ଚଳ l ଚାନ୍ଦବାଲି ସମେତ ଘଣ୍ଟେଶ୍ୱର, ଖେରଙ୍ଗ, ମତୋ, ନାଲଗୁଣ୍ଡା ଓ କାଣ୍ଡଗରଡ଼ି ସହ ବିଭିନ୍ନ ସ୍ଥାନରେ ଶ୍ରୀରାମ କମିଟି ପକ୍ଷରୁ ରାମ ଭକ୍ତ ମାନେ ଖୁବ ଧୁମଧାମ ରେ ପାଳନ କରିଛନ୍ତି ରାମ ନବମୀ ଉତ୍ସବ l

ସହରର ବିଭିନ୍ନ ସ୍ଥାନରେ ପତାକାରେ ସୁସଜ୍ଜିତ କରାଯାଇଥିବା ବେଳେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳା ସମଗ୍ର ଅଞ୍ଚଳକୁ ଭଗବାମୟ କରିଛି l ବିଭିନ୍ନ କମିଟି ପକ୍ଷରୁ ଆୟୋଜିତ କରା ଯାଇଥିବା ପ୍ରଭୁ ଶ୍ରୀରାମଙ୍କର ବିଶାଳ ବିଶାଳ ପ୍ରତିମୂର୍ତ୍ତି ଶୋଭାଯାତ୍ରା ଆଜି ଭଦ୍ରକ ଅଭିମୁଖେ ଯାତ୍ରା କରିଛି l ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରୀରାମ ପ୍ରେମୀ ସାମିଲ ହୋଇଥିଲେ।ଚଳିତ ରାମ ନବମୀ ଅବସରରେ ବିଭିନ୍ନ ଶ୍ରୀରାମ କମିଟି ତରଫରୁ ଗଣଦୌଡ଼, କଳସ ଶୋଭାଯାତ୍ରା, ଶ୍ରୀରାମ ମହାଯଜ୍ଞ, ଭଜନ ସନ୍ଧ୍ୟା, ସଂକୀର୍ତନ ସହ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି l ପ୍ରଚଣ୍ଡ ଖରା ହେଉଥିବାରୁ ରାମ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସ୍ବେଛାସେବୀ ମାନଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଦହି ସର୍ବତ ବ୍ୟବସ୍ଥା କରା ଯାଇଥିବା ବେଳେ ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

