କଟକ : ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣ ରେ ଉପର ତେଲେଙ୍ଗା ବଜାରର ବରିଷ୍ଠ ନାଗରିକଙ୍କୁ ନେଇ ପୁରିଘାତ ଥାନା ଦ୍ଵାର। ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱଳ୍ପ ସମୟରେ ମଧ୍ୟ ଏଥିରେ ଉପର ତେଲେଙ୍ଗା ବଜାର ର ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ଓ ତାଙ୍କ ମତାମତ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଗିରି, ଏସିପି ଜୋନ ୬ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସାଇବର କ୍ରାଇମ ଉପରେ ସଚେତନ କରିଥିଲେ । ଏହା ସହିତ ପୁରିଘାଟ ଥାନାର ଭରପ୍ରାପ୍ତ ଅଧିକାରୀ, ଶ୍ରୀ ବିଶ୍ଵରଞ୍ଜନ ନାୟକ,ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ନୋଡାଲ ଅଫିସର ତପନ କୁମାର ସାମଲ, ଆଦିତୀୟନଳ ନୋଡାଲ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ କରିବା ପାଇଁ ସାହାଜ୍ଯ କରିଥିଲେ ।

