ତିହିଡି, ୧୭.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନୀଳମଣି ସଭା ଗୃହ ପଞ୍ଚାୟତ ସିମିତି କାର୍ଯ୍ୟଲୟରେ ଏକ ସ୍ୱତନ୍ତ୍ର ସଭନ ସଂଶୋଧନ ଓ ଜନଗଣନା ସଚେତନତା କାର୍ଯ୍ୟକ୍ରମ ୨୦୨୭ ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ତହସିଲଦାର ତଥା ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଧାମନଗର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ବାସୁଦେବପୁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଚାନ୍ଦବାଲିଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା, ସାମାଜିକ ଗଣମାଧ୍ୟମର କର୍ମକର୍ତ୍ତା, ବିଭିନ୍ନ ପଞ୍ଚାୟତରୁ ଆସିଥିବା ସାମାଜିକ କର୍ମୀଙ୍କ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱତନ୍ତ୍ର ସଭନ ସଂଶୋଧନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରତିଲୋକଙ୍କୁ ନିଜ ନିଜର ମେପିଙ୍ଗ କରାଇବା ପାଇଁ ଉତ୍ସାହିତ କରିବାକୁ ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ । ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ମେପିଂ ସାହାଯ୍ୟ ଓ ସହୋଯଗ ପୂର୍ବକ ଲୋକମାନଙ୍କୁ ସଚେତନ କରାଇବାକୁ ଅନୁରୋଧ କରିଥିଲେ । ବୁଥ୍ ସ୍ତରୀୟ ଏଜେଣ୍ଟଙ୍କୁ ନିୟୋଜିତ କରି ସେମାନଙ୍କର ସୂଚୀ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କୁ ଯଥାଶୀଘ୍ର ପ୍ରଦାନ କରିବା ପାଇଁ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱତନ୍ତ୍ର ସଭନ ସଂଶୋଧନ ପ୍ରକିୟାରେ ଯେଉଁମାନଙ୍କୁ ନୋଟିସ ପ୍ରଦାନ କରାଯିବ ସେମାନେ ଭୟଭୀତ ନହୋଇ ସମସ୍ତ କାଗଜପତ୍ର ସହିତ ଶୁଣାଣୀ ପ୍ରକ୍ରିୟାରେ ଭାଗ ନେବାକୁ ଅନୁରୋଧ କରିଥିଲେ । ତହସିଲଦାର, ତିହିଡି ଏହି ନୋଟିସ ପ୍ରକ୍ରିୟାକୁ ସାମୁହିକଭାବେ ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କୁ ବୁଝାଇଥିଲେ । ଏଥିସହିତ ଜନଗଣନା ୨୦୨୭ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ରାମନବମୀ କମିଟିର ସଭାପତିଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ୱତନ୍ତ୍ର ସଭନ ସଂଶୋଧନର ସଚେତନତା ବାର୍ତ୍ତାକୁ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରିବାପାଇଁ ଅନୁରୋଧ କରା ଯାଇଥିଲା । ସୁରେନ୍ଦ୍ର ନାୟକ, ସରୋଜ ଦାସ, ରଘୁନାଥ ପାତ୍ର, ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିଙ୍କ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

