ଗାନ୍ଧିନଗର : ଥମୁନି ଇରାନ-ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧ । କିଛିଦିନ ହେଲା ଇରାନ ଅକ୍ତିଆରରେ ଥିବା ହର୍ମୁଜ ପ୍ରଣାଳୀରୁ ଜାହାଜ ଚଳାଚଳ ବନ୍ଦ କରି ଦିଆଯିବା ପରେ ଭାରତରେ ରନ୍ଧନ ଗ୍ୟାସର୍ ଉତ୍କଟ ଅଭାବ ଆରମ୍ଭ ହୋଇଛି । ତେବେ ଯୁଦ୍ଧ ଭିତରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଦେଶକୁ ଦୁଇଟି ଏଲପିଜି ଗ୍ୟାସ୍ କଣ୍ଟେନର ଭର୍ତ୍ତ ଜାହାଜ ‘ନନ୍ଦାଦେବୀ’ ଏବଂ ‘ଶିବାଲିକ’ ପହଞ୍ଚିଛି ।
ନନ୍ଦାଦେବୀ’କୁ ଧୈର୍ଯ୍ୟର ସହ ହର୍ମୁଜ ପ୍ରଣାଳୀ(ଷ୍ଟ୍ରେଟ ଅଫ ହର୍ମୁଜ) ଅତିକ୍ରମ କରାଇ ଭାରତ ଅଣାଯାଇଛି । ଏଲପିଜି କଣ୍ଟେନର ଭର୍ତ୍ତି ଜାହାଜ ‘ନନ୍ଦାଦେବୀ’ ୧୧ଦିନ ତଳେ ୟୁଏଇର ଏକ ପୋର୍ଟରୁ ବାହାର କରି ଭାରତ ଫେରିବା ବେଳେ ଇରାନ-ଆମେରିକା ଯୁଦ୍ଧ ପାଇଁ ହର୍ମୁଜ ରୁଟରେ ଅଟକି ରହିଥିଲେ ।
ଗତକାଲି ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା । ଏହା ମଧରୁ ମୁନ୍ଦ୍ରା ବନ୍ଦରରେ ଶିବାଲିକ ଜାହାଜରୁ ଏଲପିଜି ଗ୍ୟାସ୍ ଅନଲୋଡ କରାଯିବ । ଏହା ଦେଶରେ ଜାରି ରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ । ଏହି ଜାହାଜ ଗୁଡ଼ିକ ପ୍ରାୟ ୯୨, ୭୦୦ ମେଟ୍ରିକ୍ ଟନ୍ ଏଲପିଜି ବହନ କରୁଛନ୍ତି ।
ଫେବ୍ରୁଆରୀ ୨୮ରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ହର୍ମୁଜ ଦେଇ କୌଣସି ଜାହାକ ଯାଇ ଯାଇପାରିବ ନାହିଁ ବୋଲି କୁହାଯାଇଥିଲା । କେନ୍ଦ୍ର ବୈଦଶିକ ମନ୍ତ୍ରଣାଳୟର କୂଟନୈତିକ ଆଲୋଚନା ପରେ ଭାରତ ଉପରୁ କଟକଟଣା ହଟିଲା ।

