Vivo ଲର୍ଭସଙ୍କ ପାଇଁ ଆସିଲା ଗୁଡ଼୍ ନ୍ୟୁଜ୍ । ଭାରତରେ ଆସନ୍ତାକାଲି ଅର୍ଥାତ୍ ୧୭ ମାର୍ଚ୍ଚରେ Vivo T5x 5G ଲଞ୍ଚ ହେବ । Vivo ଏହି ଫୋନ୍କୁ ଇ-କମର୍ସ ୱେବସାଇଟ୍ Flipkartରେ ଲିଷ୍ଟ କରିଛି । ଏଥିରେ ଏକ ପାୱାରଫୁଲ୍ ୭,୨୦୦mAh ବ୍ୟାଟେରୀ ରହିବ। କମ୍ପାନୀ ଦାବି କରୁଛି ଯେ ଏହା ଏହାର ସେଗମେଣ୍ଟର ସବୁଠାରୁ ବଡ଼ ବ୍ୟାଟେରୀ । ଏହା ସହିତ, ଏହି ଫୋନଟି IP68 ଏବଂ IP69 ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ ରେଟିଂ ମଧ୍ୟ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଏହି Vivo ଫୋନରେ କ’ଣ ରହିଛି ଖାସ୍?
Vivo Flipkart ମାଧ୍ୟମରେ ନିଶ୍ଚିତ କରିଛି ଯେ ଏହି ଫୋନଟି MediaTek Dimensity 7400 Turbo ପ୍ରୋସେସର ଦ୍ୱାରା ପରିଚାଳିତ ହେବ। ଏହା ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆସିବ। ଏହା Vivo T ସିରିଜର ପ୍ରଥମ ଫୋନ୍ ହେବ ଯାହାର ବ୍ୟାଟେରୀ ପାୱାର ୭୦୦୦mAh କିମ୍ବା ତା’ଠାରୁ ଅଧିକ । ଏହି ସ୍ମାର୍ଟଫୋନ୍ Android 16 ଉପରେ ବେସ୍ଡ Origin OS 6 ରେ ଚାଲିଥାଏ ।
ଏଥିସହ ଜାଣିରଖନ୍ତୁ ଯେ, Vivo T5x ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିବ । ଫୋନରେ ୫୦MP ଫ୍ରଣ୍ଟ କ୍ୟାମେରା ସହିତ ଏକ ସେକେଣ୍ଡାରୀ କ୍ୟାମେରା ମଧ୍ୟ ରହିବ । ଏହି Vivo ଫୋନରେ ଏକ ପଞ୍ଚ-ହୋଲ୍ କ୍ୟାମେରା ଏବଂ iPhone 15 ପରି ଏକ ଡାଇନାମିକ୍ ଆଇଲ୍ୟାଣ୍ଡ୍ ଡିସପ୍ଲେ ଡିଜାଇନ୍ ରହିବ। ଫୋନରେ ମିଲିଟ୍ରି-ଗ୍ରେଡ୍ ଡ୍ୟୁରେବିଲିଟି ମଧ୍ୟ ରହିବ। ଏହାର ଦୁଇଟି କଲର ଅପ୍ସନ ରହିଛି, ଯାହା ହେଉଛି- ଷ୍ଟାର୍ ସିଲଭର ଏବଂ ସାଇବର ଗ୍ରୀନ୍ ।
ପ୍ରାଇସ୍:
Vivo ଅଫିସିଆଲି ଭାବରେ ଫୋନର କୌଣସି ସ୍ପେଶିଫିକେସନ୍ ସେୟାର କରିନାହିଁ । Vivo T4x ତୁଳନାରେ ଫୋନର ସ୍ପେଶିଫିକେସନ୍କୁ ଅପଗ୍ରେଡ୍ କରାଯିବ । ଜାଣନ୍ତୁ ଯେ, Vivo ଏହାର ପୂର୍ବ ମଡେଲକୁ ୧୩,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଥିଲା । Vivo T5x ର ମୂଲ୍ୟ ପ୍ରାୟ ୨୫,୦୦୦ ହୋଇପାରେ ।
ଏହି Vivo ଫୋନଟି ନିକଟ ଲଞ୍ଚ ହୋଇଥିବା iQOO Z11x 5Gର ଏକ ରି-ବ୍ରାଣ୍ଡେଡ୍ ଭର୍ସନ ହୋଇପାରେ । ଏହି Vivo ଫୋନଟି ଭାରତୀୟ ବଜାରରେ ପ୍ରଚଳିତ ହୋଇଥିଲା, ଯାହାର ପ୍ରାରମ୍ଭିକ ମୂଲ୍ୟ ୧୮,୯୯୯ ଟଙ୍କା ଥିଲା । iQOO Z11x 5Gରେ 120Hz ରିଫ୍ରେସ୍ ରେଟ୍ ସପୋର୍ଟ ସହିତ ୬.୭୮ ଇଞ୍ଚର LCD ଡିସ୍ପ୍ଲେ ରହିଛି । ଏହା MediaTek Dimensity 7400 Ultra ପ୍ରୋସେସର୍ ଦ୍ୱାରା ପରିଚାଳିତ । ଏଥିରେ ଏକ ପାୱାରଫୁଲ୍ ୭୨୦୦mAh ବ୍ୟାଟେରୀ ଏବଂ ୪୪W ୱାୟର୍ଡ ଫାଷ୍ଟ ଚାର୍ଜିଂ ଫିଚର୍ସ ରହିଛି । ଏଥିରେ ଏକ ୫୦MP ମେନ୍ କ୍ୟାମେରା ଏବଂ ଏକ ୩୨MP ସେଲଫି କ୍ୟାମେରା ଅଛି। ଏଥିସହ ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

