ତିହିଡି, ୧୫.୦୩: ଭଦ୍ରକ ଜିଲ୍ଲା ବ୍ଲକ ବିନ୍ଧାବଜାରସ୍ଥିତ କୁମ୍ଭାରସାହି ସପ୍ତାଦାଣ୍ଡରେ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ୧୦ମ ବାର୍ଷିକ ସାଂସ୍କୃତିକ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ କବି ବିଜୟ ବେହେରା ଓ ମାନସ କୁମାର ପାଢୀଙ୍କ ସଂଚାଳନା ଓ ଅଧ୍ୟାପିକା କବୟତ୍ରୀ ସଞ୍ଜୁକ୍ତା ଭାରତୀଙ୍କ ସଭାପତିତ୍ୱରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ବିଶ୍ୱମୈତ୍ରୀ ନାୟକ, ସାବିତ୍ରୀ ବାନାର୍ଜୀ, ଶଶିକାନ୍ତ ବେହେରା, ବାବୁରାମ ରାଉତ, ବୈକୁଣ୍ଠନାଥ ଓଝା, ସୁଧାରଞ୍ଜନ ମହାନ୍ତି, ହରିହର ମଳିକ, ରଞ୍ଜନ କୁମାର ବେହେରା, ଡ. ଅରୁଣ ପଣ୍ଡା, ମୁକୁନ୍ଦଦେବ ନାୟକ, ଆଶୁତୋଶ କରଣ, ଅଜୟ ମଲ୍ଲିକ, ସୁବାଶ ଚନ୍ଦ୍ର ଦାସ, କଳ୍ପତରୁ ସେଠୀ, କୃପାସିନ୍ଧୁ ମହାନ୍ତି, ବଳରାମ ମଲ୍ଲିକ, ଶାନ୍ତିଲତା ଗିରି, ଜଗବନ୍ଧୁ ମହାନ୍ତି ଓ ରତ୍ନାକର ସାହୁ ପ୍ରମୁଖ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ପି.ହୃଷିକେଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଜିଲ୍ଲାପାଳ ଓ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଡ. ଧରଣୀଧର ନାଥ, ମୁଖ୍ୟ ବକ୍ତାଭାବେ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟ, ପୁରୀର ପ୍ରାକ୍ତନ ରେଜିଷ୍ଟ୍ରାର ଡ.ବାବାଜୀ ଚରଣ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସାମ୍ବାଦିକ ଓ ସାହିତ୍ୟିକ ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପରିଷଦର ସମ୍ପାଦକ ମଥୁରାମୋହନ ବେହେରାଙ୍କ ପୁସ୍ତକ “ସିନ୍ଦୁରା ଫାଟିବାର ବେଳ” ଓ ତ୍ରିଲୋଚନ ବେହେରାଙ୍କର ପୁସ୍ତକ “ଆଦ୍ୟା ଅକ୍ଷର” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏହି ଅବସରରେ ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ଉମାକାନ୍ତ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାହିତ୍ୟିକ ନିରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ.ଅରୁଣ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମଥୁରାମୋହନ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ରଞ୍ଜୁଲତା ଗାହାଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ଲକ୍ଷ୍ମୀଧର ତ୍ରିପାଠୀ, କୁଳମଣି ସାହୁ, ଶୀତଳ କୁମାର ବେହେରା, ଭାଗିରଥି ଆଚାର୍ଯ୍ୟ, ନିତ୍ୟାନନ୍ଦ ମଲ୍ଲିକ, ଜୟନ୍ତ କୁମାର ମହାନ୍ତି, ସୁଧାକର ଧନୀ, କୈଳାସ ବେହେରା, ବିଶ୍ୱଜିତ ବେହେରା, ହୃଷିକେଶ ପାଢୀ, ଅକ୍ଷୟ ବ୍ରହ୍ମ, କିଶୋର ନାୟକ ଓ ରବି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

