ତିହିଡି, ୧୩.୦୩: ଚାରିଆଡେ ଏବେ ସବୁଆଡ଼େ ଗୋ ସୁରକ୍ଷା ବାହିନୀ ସଜାଗ ହୋଇ ଯାଇଛନ୍ତି । ବେଆଇନ୍ ଗୋଚାଲାଣ ରୋକିବା ପାଇଁ ସେମାନଙ୍କର ଉଦ୍ୟମ ପଶଂସୀନୟ । ପୁଲିସ ଯେଉଁ କାର୍ଯ୍ୟ କରିପାରୁନି ତାହା ଏହି ଗୋସୁରକ୍ଷା ବାହିନୀ କରି ଦେଖାଉଛନ୍ତି । ତେବେ ସେମାନେ ଗୋରୁ ଗୁଡ଼ିକୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରୁଥିବା ବେଳେ ପୁଲିସ ମଧ୍ୟ ଗୋରୁ ଗୁଡ଼ିକୁ ଗୋଶାଳାରେ ନେଇ ଛାଡ଼ୁଛନ୍ତି । ଗୋଶାଳାରେ ପହଁଞ୍ôଚବା ବେଳକୁ ବହୁ ଗୋରୁଙ୍କର ମୃତ୍ୟୁ ହୋଇ ଯାଉଥିବା ଦେଖିବାକୁ ମିଳୁଛି ଯାହାକି ହିନ୍ଦୁମାନଙ୍କ ଭାବାବେଗକୁ ଗଭୀର ଆଘାତ ଦେଉଛି । ଗତକାଲି ଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଜବତ ହୋଇଥିବା ୧୩ ଗୋଟି ଗୋରୁଙ୍କୁ ତିହିଡ଼ିର ପତିତପାବନ ଗୋଶାଳାକୁ ଅଣା ଯାଇଥିଲା । ଗୋରୁ ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଲଦା ହୋଇଥିଲା । ଗୋଶାଳାରେ ପହଁଞ୍ôଚବା ବେଳକୁ ୩ ଗୋଟି ଗୋରୁଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଅବଶିଷ୍ଟ ୧୦ ଗୋଟି ଗୋରୁ ମୁମୁର୍ଷୁ ଅବସ୍ଥାରେ ଥିବା ଦେଖା ଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଗୋସୁରକ୍ଷା ବାହିନୀ ଏତେ ସକ୍ରିୟ ହେବା ପରେ ବି କିପରି ବେଆଇନ ଭାବେ ଗୋଚାଲାଣ ଚାଲିଛି । କେଉଁମାନେ ଏହି ପ୍ରକାର ଗୋଚାଲାଣକୁ ପ୍ରୋତ୍ସାହନ ଦେଉଛନ୍ତି । ପୁଲିସ ପ୍ରଶାସନ ଯଦି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ହୁଏତ ଗୋସୁରକ୍ଷା ବାହିନୀର ଆବଶ୍ୟକ ପଡ଼ନ୍ତା ନାହିଁ । ନିର୍ଦୟ ଭାବେ କରାଯାଉଥିବା ଗୋଚାଲାଣ ଉପରେ ସଂପୂର୍ଣ୍ଣ ରୋକ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

