ତିହିଡି, ୧୩.୦୩: ପ୍ରତିବର୍ଷ ପରି ଚଳିତ ବର୍ଷ ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ବିଜୟା ଦଶମୀ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ସମିତିର ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜନସାଧାରଣ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, କଳାକାର ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ କିପରି ଅଧିକ ସରସ ସୁନ୍ଦର କରି ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ । ପ୍ରଥମେ ମଙ୍ଗଳବାର ବିଘ୍ନରାଜ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବା ପରେ କମିଟିର କୋଷାଧ୍ୟକ୍ଷ ନୀଳମଣି ସାବତଙ୍କ ଦ୍ୱାରା ନିମନ୍ତ୍ରଣ ପତ୍ର ଓ ରସିଦ ଲୋକାର୍ପିତ ହୋଇଥିଲା । ଗୁରୁବାର ଦିନ ତିହିଡ଼ି ସୈନିକ ସ୍କୁଲ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଦଶମୀ ଦିନ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମଙ୍କ ବିଜୟା ଦଶମୀରେ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ମହିଳା ଦର୍ଶକମାନଙ୍କର ସୁରକ୍ଷା, ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା, ବିଭିନ୍ନ ଦିବସରେ ଗଣଦୌଡ଼, ବାଇକ ଶୋଭାଯାତ୍ରା, ବାଲ ବଜରଂଗୀ ଶୋଭାଯାତ୍ରା ଓ ସର୍ବୋପରି ପ୍ରାଶାସନିକ ସହଯୋଗ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ମହୋତ୍ସବରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ତିହିଡି ବଜାର ଠାରୁ ମନ୍ଦିର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେରିକେଟ କରାଯିବ, ବଜାରର ଉଭୟ ପାଶ୍ୱର୍ରେ ଯଥା କଲେଜ ଛକ ଓ ପୁରୁଣା ହାଟରେ ପାକିଂ ବ୍ୟବସ୍ଥା, ନୂତନ ଭାବେ ରାସ୍ତାର ଉଭୟ ପାଶ୍ୱର୍ରେ ନିର୍ମାଣଧିନ ଡ୍ରେନ୍ କାର୍ଯ୍ୟ ସାରିବା, ବଜାରକୁ ସଫା ସୁତୁରା ରଖିବା ସହ ମହୋତ୍ସବର ପରଦିନ ଅଳିଆ ଆବର୍ଜନା ସଫା କରିବା ଆଦି ଉପରେ ବିଷଦ ଆଲୋଚନା ହୋଇଥିଲା । ଚଳିତ ବର୍ଷ ବିଭିନ୍ନ ସ୍ଥାନରୁ ୫୨ଟି ପ୍ରଜ୍ଞାପନ ମେଢ ଆସିବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ସଭାପତି କିଶୋର କୁମାର ନାୟକ, ଉପସଭାପତିରବିନ୍ଦ୍ର ଦାସ,ସମ୍ପାଦକ ଯଯାତି କେଶରୀ ଦାସ, ସହ ସମ୍ପାଦକ ରାଜେଶ ନାୟକ, କୋଷାଧ୍ୟକ୍ଷ ନୀଳମଣି ସାବତ, ସର୍ବର୍ବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ବ୍ୟବସ୍ଥା ପ୍ରମୁଖ ଶୁଭ୍ରନାରାୟଣ ସେଠୀ, ବରିଷ୍ଠ ଉପଦେଷ୍ଟା ଡ଼ ଲକ୍ଷ୍ମୀଧର ତ୍ରିପାଠୀ, ସୋମନାଥ ପାଢ଼ୀ, ଚନ୍ଦ୍ରକାନ୍ତ ମହାନ୍ତି, ଦୀନବନ୍ଧୁ ପତି, ସରୋଜ ଦାସ, ସୁରେନ୍ଦ୍ର ନାୟକ, ରଘୁନାଥ ପାତ୍ର, ଉପଦେଷ୍ଟା ହୃଷିକେଶ ପଣ୍ଡା, ଶୁକଦେବ ମଳିକ, ଗିରିଜା ରମଣ ଜେନା, ବିଶ୍ୱଜିତ ବେହେରା, ପ୍ରତାପ ଜେନା, ଧୀରେନ୍ଦ୍ର ସାହୁ, ପ୍ରଭାତ ଜେନା, ଦେବବ୍ରତ ପାଢ଼ୀ, ଗଙ୍ଗାଧର ଦତ୍ତ, ମନୋଜ ସେନାପତି, ବସନ୍ତ ମହାପାତ୍ର, ଅଜୟ ନାୟକ, ପ୍ରଶାନ୍ତ ବଳ, ନିତ୍ୟାନନ୍ଦ ଜେନା, ତପନ ପଣ୍ଡା, ପ୍ରମୁଖ କାର୍ଯ୍ୟକର୍ତ୍ତା କୁଶ ବେହେରା, ନିରଞ୍ଜନ ମହାରଣା, କେଶବ ବେହେରା, ହରିଶ୍ଚନ୍ଦ୍ର ନାୟକ,ସିଲୁ ବେହେରା, ଗଣେଶ କର, ଲୋକେଶ ପାଣିଗ୍ରାହୀ, ତପୁନ ପାଣି,ସୁରେଶ ପାତ୍ର, ପ୍ରିୟବ୍ରତ ପାଢ଼ୀ ପ୍ରଶାନ୍ତ ନାୟକ, ଉଦୟ ଓଝା, ଗୌତମ ନାୟକ, ଦେବ ନାୟକ, ଅନିଲ ନାୟକ, ଶିବପ୍ରସାଦ ନାୟକ, ଦେବବ୍ରତ ନାୟକ, ତପନ ନାୟକ ପ୍ରମୁଖ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

