ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫ ରୁ ମାର୍ଚ୍ଚ ୭ତାରିଖ ଦିନ ସନ୍ଧ୍ୟା ରେ ମହିଳା ଦିବସ ଗୁଗଲ ମିଟ ରେ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପୋଥି ଗବେଷିକା ମମତା ମିଶ୍ର ଯୋଗ ଦେଇ ମହିଳା ଙ୍କ ଦାୟିତ୍ୱ, କର୍ତ୍ତ୍ୟବ୍ୟ ବୋଧ ବିଷୟରେ ସଚେତନ କରେଇଥିଲେ। ମାତା ଗୋମାତା ଙ୍କୁ ଯଥେଷ୍ଟ ସମ୍ମାନ ଦେବା ପାଇଁ କହିଥିଲେ। ଡ଼କ୍ଟର ବାମନ ଚନ୍ଦ୍ର ଦୀକ୍ଷିତ , ରଶ୍ମି ମହାପାତ୍ର,ଡ଼କ୍ଟର ଅରୁନ୍ଧତୀ ମହାନ୍ତି, ଅରୁଣ ମହାପାତ୍ର, ବିଶିଷ୍ଟ ଗାଳ୍ପିକା କମଳା ଶତପଥି, ସ୍ନେହ ମିଶ୍ର, ମନୋରମା ମିଶ୍ର ଯୋଗ ଦେଇ ମହିଳା ଦିବସ ର ବିଶେଷତ୍ୱ, ବିଭିନ୍ନ ଦିଗ ଯେମିତି ମହିଳାଙ୍କ ସବୁଠି ଅଧିକାର ଅଛି ବୋଲି ସ୍ବେଚ୍ଛାଚାରୀତା କୁ ପ୍ରଶୟ ନ ଦେଇ ଏକ ଶୃଙ୍ଖଳିତ ସମାଜ ଗଠନ ର ଗୁରୁ ଦାୟିତ୍ୱ ରହିଛି ବୋଲି ମତ ଦେଇଥିଲେ। ପ୍ରବାସୀ ଉତ୍କଳ ରୁ ମୈତ୍ରେୟୀ କମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଭାତ ଆଚାର୍ଯ୍ୟ, ଡ଼କ୍ଟର ଅରୁନ୍ଧତୀ ମହାନ୍ତି, କଳ୍ପନା ମିଶ୍ର, ଅରୁଣ ମହାପାତ୍ର, ତପସ୍ୟା ରାଉତ, ସଲୀଳା ମହାନ୍ତି, କାଶୀନାଥ ପଣ୍ଡା, ସନାତନ ମହାକୁଡ଼, ସ୍ନେହ ମିଶ୍ର, ସୁବାଶିନୀ ଦାଶ, ରୀତା ଅପରାଜିତା ମହାନ୍ତି, ଡ଼କ୍ଟର ଚିତ୍ତରଞ୍ଜନ କୁଣ୍ଡୁ, ସଞ୍ଚିତା ରଥ ନାରୀ ମନସ୍ତତତ୍ଵ ଭିତ୍ତିକ କବିତା ପାଠ କରିଥିଲେ।

