ଧସିଲା ସେୟାର ବଜାର । କିଛି ମିନିଟରେ କୋଟି କୋଟି ଟଙ୍କା ହରାଇଲେ ନିବେଶକ । ମଧ୍ୟ-ପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି । କାରବାର ଆରମ୍ଭରେ ସେନସେକ୍ସ ପ୍ରାୟ ୧ ହଜାର ୭୬୪ ପଏଣ୍ଟ ଖସି ୭୮ ହଜାର ୪୭୪ ସ୍ତରରେ ପହଞ୍ଚିଛି ।
ନିଫ୍ଟି ମଧ୍ୟ ୫୩୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୨୪ ହଜାର ୩୨୭ ପାଖାପାଖି କାରବାର କରୁଛି । ମାତ୍ର କିଛି ମିନିଟ୍ ମଧ୍ୟରେ ନିବେଶକଙ୍କ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । L&T, ଆଦାନୀ ପୋର୍ଟସ, ରିଲାଏନ୍ସ ଓ ବ୍ୟାଙ୍କିଙ୍ଗ ସେକ୍ଟରର ସେୟାରଗୁଡ଼ିକ ୩-୫% ପର୍ଯ୍ୟନ୍ତ ଖସିଛି। କେବଳ କିଛି ଆଇଟି ଓ ପ୍ରତିରକ୍ଷା ସେୟାରରେ ସାମାନ୍ୟ ସ୍ଥିରତା ଦେଖିବାକୁ ମିଳିଛି ।

