ସୁବର୍ଣ୍ଣପୁର :- ସୋନପୁର ରେଳଷ୍ଟେସନ ୨୦୨୪ ନିର୍ବାଚନ ପୂର୍ବରୁ ରଳାଚଳ କରୁଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ରେଳ ଷ୍ଟେସନ ରେ GRP ପୋଲିସ ଷ୍ଟେସନ ଯାହାକି ଡ଼ି ଜି ପୋଲିସ ଖୋଲିବା ନିୟମ ତାହା ଖୋଲାଯାଇନି l

ଏଥି ସଂକ୍ରାନ୍ତ ରେ ଡ଼ି.ଜି, ଡ଼ି. ଆଇ. ଜି, ଓଡ଼ିଶା, ଏସ. ପି ସୁବର୍ଣ୍ଣପୁର ଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ବି ଓଡିଶା ଡ଼ି. ଜି ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା କ୍ଷୋଭର ବିଷୟ। ଜି ଆର ପି ଥାନା ନଥିବା ଯୋଗୁଁ ରେଳ ଷ୍ଟେସନ ରେ ଆଜି ପର୍ଯ୍ୟନ୍ତ ଯାହା ସବୁ ଅପରାଧ ଘଟୁଛି ସେଥି ରେ କିଛି ଅପରାଧୀ ଧରାପଡି ରେଳ ଯୋଗେ ବଲାଙ୍ଗୀର ଚାଲାଣ କରାଯାଇ ବଲାଙ୍ଗୀର ଜି ଆର ପି ରେ ମୋକଧମା ପଞ୍ଜିକରଣ କରାଯାଇ ବଲାଙ୍ଗୀର କୋର୍ଟ ରେ ମାମଲା ର ବିଚାର କରାଯାଉଛି।

ଚିନ୍ତାର ବିଷୟ ଯେ ଆଜି ପର୍ଯ୍ୟନ୍ତ ସୋନପୁର ଭଳି ଏକ ଛୋଟ ନୂଆ ଷ୍ଟେସନ ରେ 44 ଟି ଅପରାଧିକ ଘଟଣାରେ ସଫଳତାର ସହିତ ଆସାମୀ ଧରା ପଡ଼ି ବଲାଙ୍ଗୀର କୋର୍ଟ କୁ ଚାଲାଣ କରାଯାଇଛି ଏବଂ ନୂଆ ଷ୍ଟେସନ ଯୋଗୁଁ ରେଳ ଦପ୍ତର ଆର ପି ଏଫ ଥାନା ମଧ୍ୟ ଖୋଲି ନାହାନ୍ତି। ଏଥି ସଂକ୍ରାନ୍ତରେ ଶ୍ରମିକ ନେତା ଶ୍ରୀ ଗୋବିନ୍ଦ ମହାରଣା ଡିଜି ପୋଲିସ, ଜି ଏମ ପୂର୍ବ ତଟ ରେଳବାଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜି ଆର ପି ଏବଂ ଆର ପି ଏଫ ଥାନା ସୋନପୁର ରେଳ ଷ୍ଟେସନ ରେ ଖୋଲା ନ ଯିବା ଦୁଃଖର ବିଷୟ। ତୁରନ୍ତ ଜି ଆର ପି ,ଓ ଆର ପି ଏଫ ଥାନା ସୋନପୁର ରେଳ ଷ୍ଟେସନ ରେ ଖୋଲିବା ପାଇଁ ଶ୍ରୀ ଗୋବିନ୍ଦ ମହାରଣା ଙ୍କ ସମେତ ବୁଦ୍ଧିଜୀବି ଦୃଢ଼ ଦାବୀ କରିଛନ୍ତି।

