ଶନିବାର ସକାଳ ୧୧ ଘଟିକା ସମୟରେ ବାଲେଶ୍ଵର ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ରେମୁଣା ବିଧାନସଭା ବିକାଶ କମିଟି ବୈଠକରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ଏ.ଡି.ଏମ. ଜେନେରାଲ ହେମନ୍ତ ସିଂ, ତହସିଲଦାର ରେମୁଣା ଭର୍ତୁହରି ଭୂୟାଁ, ତହସିଲଦାର ସଦର ଅଶ୍ୱିନୀ କୁମାର ନାୟକ, ବିଡ଼ିଓ ରେମୁଣା ସୌରଭ ସିଦ୍ଧାର୍ଥ ମହାପାତ୍ର, ବିଡ଼ିଓ ସଦର ଉତ୍ତମ କୁମାର ଜେନା,

ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନଙ୍କ ସମେତ ସମସ୍ତ ବିଭାଗୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ରେମୁଣା ବିଧାନସଭା ଅଞ୍ଚଳରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯିବା ସହିତ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷଭାବେ ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଆବାସ ଓ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି ନେଇ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହୋଇଥିଲା। ଲୋକମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଦ୍ରୁତ ଓ ପାରଦର୍ଶୀ ଭାବେ କାମ କରିବାକୁ ସମସ୍ତଙ୍କୁ ବିଧାୟକ ଶ୍ରୀ ଦାସ କହିଥିଲେ।
ଏଥି ସହିତ ରେମୁଣାର ସର୍ବାଙ୍ଗୀନ ଉନ୍ନତି ସହିତ ଏକ ସମୃଦ୍ଧ ରେମୁଣା ଗଢ଼ିବା ଆମ ସମସ୍ତଙ୍କର ଲକ୍ଷ୍ୟ ବୁଲି କହିଥିଲେ।

