ତିହିଡି, ୩୧.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତର ପିଏମଶ୍ରୀ ପୀରହାଟ ଶାନ୍ତି ଶୈଳେନ୍ଦ୍ର ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ସୁଶ୍ରୀ କ୍ଷୀରପ୍ରଭା ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷକ ଜୟନ୍ତ କୁମାର ମହାନ୍ତି ଏହାକୁ ସଞ୍ଚାଳନ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରମୋଦିନୀ ବାରିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ନିରଞ୍ଜନ ନାୟକ, ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପତି, ସମ୍ମାନୀତ ଅତିଥି ଭାବେ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି, ଶିକ୍ଷକ ଦେବକିଶୋର ଦାସ, ସୁବାସ ଚନ୍ଦ୍ର ଦାସ, ସିଆରସିସି ମାନସ କୁମାର ରାଉତ, ପ୍ରାକ୍ତନ ଶିକ୍ଷକ ରାଜେନ୍ଦ୍ର କୁମାର ବିଶ୍ୱାଳ, ରବିନ୍ଦ୍ର ପରିଆରୀ, ସାହିତ୍ୟକ ଯଦୁମଣି ପାଣିଗ୍ରାହୀ, ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଦାସ, ଶିକ୍ଷକ ସୁବାସ ଚନ୍ଦ୍ର ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଶିକ୍ଷୟିତ୍ରୀ କ୍ଷୀରପ୍ରଭା ମହାନ୍ତି ନିଜର ଆପଣାପଣରେ ବିଦ୍ୟାଳୟର ସମସ୍ତଙ୍କୁ ଆପଣାର କରିପାରିଥିଲେ ବୋଲି କହିଥିଲେ । ସେହିପରି ସେ ଜଣେ ସ୍ନେହୀ, ଛାତ୍ରବତ୍ସଳ ଓ ହୃଦୟବାନ ଶିକ୍ଷୟିତ୍ରୀ ଭାବେ ବିଦ୍ୟାଳୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସୁଶୀ ମହାନ୍ତିଙ୍କୁ ମାନପତ୍ର ଓ ଉପଡୌକନ ଦିଆଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ ସହିତ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷୟିତ୍ରୀ ବନ୍ଦନା ପାଣିଗ୍ରାହୀ, ପ୍ରଜ୍ଞାଶା ମିଶ୍ର, ରଶ୍ମିତା ଧନି, ପ୍ରତିଭା ସିଂ, ସପନ କୁମାର ନାୟକ, ସତ୍ୟରଞ୍ଜନ ଦାସ, ଦୀପକ ଓଝା, ସରୋଜ ବେହେରା, ମନସ୍ୱିନୀ ମହାନ୍ତି, ଶୁଭଶ୍ରୀ ବାରିକ, ପରମେଶ୍ୱର ସାହୁ, ମଧୁସ୍ମିତା ପାଣି ଓ ଲିଜାରାଣୀ ବେହେରା, ଶିକ୍ଷାକର୍ମୀ ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ, ଚକ୍ରଧର ଗାହାଣ ଓ ବାସନ୍ତୀ ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

