ଚାନ୍ଦବାଲି: ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା । ଭାଙ୍ଗିଲେ ମଦ ଦୋକାନ । ଠେଙ୍ଗାରେ ବାଡେଇ ବାଡେଇ ମଦ ଦୋକାନ ସହ ମଦ ବୋତଲ ଗୁଡିକ ଭାଙ୍ଗିଛନ୍ତି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଚଡଦିଆରେ ଦେଖିବାକୁ ମିଳିଛି ଏହି ମଦ ବିରୋଧୀ ଉତ୍ତେଜନା । ଚଡଦିଆ ପଞ୍ଚାୟତର ବିଭିନ୍ନ ଗାଁରେ ଅବାଧରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।
ଅବକାରୀ ବିଭାଗ ଓ ପୋଲିସ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ସ୍ଥାନୀୟ ମହିଳା । ତେଣୁ ପଞ୍ଚାୟତର ଶହ ଶହ ମହିଳା ଏକଜୁଟ ହୋଇ ମଦ ଦୋକାନ ଭାଙ୍ଗିଛନ୍ତି । ଏହା ସହ ଆଜି ଚୋରା ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ ଦାବି କରି ଚଡଦିଆ ବନ୍ଦ ଡାକରା ଦିଆଯାଇଛି ।

