ଆଧୁନିକ ରାଜନୈତିକ ଦର୍ଶନରେ ଗଣତନ୍ତ୍ର କେବଳ ସଂଖ୍ୟାଗରିଷ୍ଠତାର ଶାସନ ନୁହେଁ, ବରଂ ସଂବାଦ, ବାଦ-ବିବାଦ, ପରାମର୍ଶ ଏବଂ ଅସହମତିର ଏକ ନିରନ୍ତର ପ୍ରକ୍ରିୟା ଅଟେ। ଯେତେବେଳେ ନାଗରିକମାନଙ୍କୁ ବ୍ୟବସ୍ଥାର ତ୍ରୁଟି ଉପରେ ପ୍ରଶ୍ନ ଉଠାଇବା ଏବଂ ଶାନ୍ତ୍ତିପୂର୍ଣ୍ଣ ପ୍ରତିରୋଧର ଯଥେଷ୍ଟ ସୁଯୋଗ ମିଳେ, ସେତେବେଳେ ଗଣତନ୍ତ୍ର ଅଧିକ ପରିପକ୍ୱ ଓ ସୁଦୃଢ଼ ହୋଇଥାଏ। କିନ୍ତୁ ଯେତେବେଳେ ଏହି ବୈଧ ମାର୍ଗଗୁଡ଼ିକ ବନ୍ଦ ହୋଇଯାଏ କିମ୍ବା ସଙ୍କୁଚିତ ହୁଏ, ସେତେବେଳେ ବ୍ୟବସ୍ଥାରେ ଅରାଜକତାର ଆଶଙ୍କା ବୃଦ୍ଧି ପାଇଥାଏ।
ଗଣତନ୍ତ୍ରର ‘ଭୀଡ଼ତନ୍ତ୍ର’ ଆଡ଼କୁ ଅଧୋଗତି
ବର୍ତ୍ତମାନ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏକ ଚିନ୍ତାଜନକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଏବଂ ଆଇନ୍ର ପରିଧି ଭିତରେ ହେଉଥିବା ଜନ ଆନ୍ଦୋଳନଗୁଡ଼ିକ କ୍ରମଶଃ ଆକ୍ରମଣାତ୍ମକ, ଅନିୟନ୍ତ୍ରିତ ଏବଂ ଅବ୍ୟବସ୍ଥା-ବିରୋଧୀ ଭୀଡ଼ତନ୍ତ୍ରର ରୂପ ନେଉଛି।
ଯେତେବେଳେ ଅସହମତି ସାର୍ବଜନୀନ ଜୀବନକୁ ବାଧିତ କରିବା, ଜାତୀୟ ସମ୍ପତ୍ତି ନଷ୍ଟ କରିବା ଏବଂ ପ୍ରଶାସନିକ ତନ୍ତ୍ରକୁ ବନ୍ଧକ ବନାଇବାକୁ ବସେ, ସେତେବେଳେ ପ୍ରକୃତ ଗଣତନ୍ତ୍ର ଭୀଡ଼ତନ୍ତ୍ରରେ ରୂପାନ୍ତରିତ ହୋଇଯାଏ। ଆଇନର ସଂଶୋଧନ, ବିକାଶ ଯୋଜନା ଏବଂ ସାମ୍ବିଧାନିକ ସଂସ୍ଥାଗତ ବିରୋଧ ନାମରେ ଚାଲିଥିବା ଏହିଭଳି ଅରାଜକତା ବୈଧ ଜନବିଦ୍ରୋହ ଏବଂ ଭୀଡ଼ତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ରେଖାଙ୍କିତ କରୁଛି।
ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପରିସ୍ଥିତି ଦକ୍ଷିଣ ଏସିଆରୁ ପଶ୍ଚିମ ୟୁରୋପ ପର୍ଯ୍ୟନ୍ତ ବିଭିନ୍ନ ଘଟଣା ପ୍ରମାଣ କରୁଛି ଯେ ଯେତେବେଳେ ଜନଆନ୍ଦୋଳନଗୁଡ଼ିକ ସାମ୍ବିଧାନିକ ମର୍ଯ୍ୟାଦା ଲଙ୍ଘନ କରନ୍ତି, ସେତେବେଳେ ଗଣତନ୍ତ୍ର ବିପନ୍ନ ହୁଏ:– ଶ୍ରୀଲଙ୍କା ଓ ନେପାଳ:– ୨୦୨୨ ମସିହାରେ ଶ୍ରୀଲଙ୍କାର ‘ଅର୍ଗାଲାୟା’ ଆନ୍ଦୋଳନ ଏବଂ ନେପାଳରେ ଘଟିଥିବା ଘଟଣାଗୁଡ଼ିକ ସଂସ୍ଥାଗତ ସ୍ଥିରତାକୁ ଦୁର୍ବଳ କରିଥିଲା। ବଙ୍ଗଳାଦେଶ:– ଅଗଷ୍ଟ 2024ରେ ବାଂଲାଦେଶର.

