ତିହିଡି, ୨୪.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଏକମାତ୍ର ପିଏମଶ୍ରୀ ଅର୍ନ୍ତଭୁକ୍ତ ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର (ପିଏସଏସ) ହାଇସ୍କୁଲରେ ‘ପିଏମ ଶ୍ରୀ ଉତ୍ସବ’ ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ ରାଇଜିଂ ଇଣ୍ଡିଆ ପକ୍ଷରୁ ଏହି ପିଏମ ଶ୍ରୀ ଯୋଜନାରେ ବିଶେଷଭାବେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ଆଧୁନିକ ପଦ୍ଧତୀରେ ଶିକ୍ଷାଦାନ କରାଗଲେ ଛାତ୍ରଛାମାନଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ହୋଇ ପାରିବ ଏବଂ ନୂତନ ଶିକ୍ଷା ପ୍ରଣାଳୀ, ଆଧୁନିକ ଢାଞ୍ଚା, କ୍କ୍ବ କାର୍ଯ୍ୟବଳି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଆଦି ଏହି ଯୋଜନା ଲକ୍ଷ୍ୟ ରହିଛି । ଶିକ୍ଷକ ମନ୍ମଥ ଦାସଙ୍କ ସଞ୍ଚାଳନା ଓ ପ୍ରଧାନ ଶିକ୍ଷିକା ପ୍ରମୋଦିନୀ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ, ମୁଖ୍ୟ ବକ୍ତାଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଫୁଲ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ପୀରହାଟ ଆଇଆଇସି ରୋଜାଲିନ୍ ବେହେରା, ଅତିରିକ୍ତ ବିଇଓ ଲକ୍ଷ୍ମୀପ୍ରିୟା ମାଝୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ମହାକୁଡ, ସାହିତ୍ୟିକ ମଥୁରାମୋହନ ବେହେରା, ପଞ୍ଚଶଖା ଶିକ୍ଷା ସେତୁ ସଂଗଠନର ସଭାପତିଙ୍କ ପ୍ରତିନିଧି ମଦନ ମୋହନ ମହାକୁଡ, ସିଆରସିସି ମାନସ ରଞ୍ଜନ ରାଉତ ଓ ପରିଚାଳନା କମିଟିର ଉପସଭାନେତ୍ରୀ ଉର୍ମିଳା ସାହୁ ପ୍ରମୁଖ ମଞ୍ଚାସୀନ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସେହିପରି ଆମନ୍ତ୍ରିତ ଅତିଥିଭାବେ
ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ବିଶ୍ୱାଳ, ଶିକ୍ଷକ ଦେବକିଶୋର ଦାଶ, ସୁବାଶ ଚନ୍ଦ୍ର ଦାସ ଓ ମାୟାଧର ସାହୁ, ପୂରାତନ ଛାତ୍ର ସୁବାଶ ଚନ୍ଦ୍ର ସେଠୀ, ସଦାନନ୍ଦ ତ୍ରିପାଠୀ, ପରିକ୍ଷିତ ମହାନ୍ତି, ସୁକାନ୍ତ ବଳ, ପ୍ରଫୁଲ ଦାସ ଓ ମୃତ୍ୟୁଞ୍ଜୟ ବଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସ୍ୱାଗତ ସଂଗୀତ ସହ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧୬ଟି ଷ୍ଟଲ ଜରିଆରେ ଟେଲେଣ୍ଟ ଗେଲେରୀ ଓ ଫୁଡ୍ ଗେଲେରୀ ପ୍ରଦର୍ଶିତ କରାଯାଇଥିଲା । ଯେଉଁଥିରେ ଆଙ୍କାକ୍ଷୀ ମେଳା, ଆଙ୍କାକ୍ଷୀ ଛାତ୍ର ପରିଷଦ(ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନ) ଓ ଦୋକାନ ଯାତ୍ରା ଆଦି ଅନ୍ତର୍ଭୁକ୍ତ ହୋଇଥିଲା । ପୂର୍ବତନ ସିଆରସିସି ତଥା ଶିକ୍ଷକ ମନ୍ମଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଜୟନ୍ତ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଷୀରପ୍ରଭା ମହାନ୍ତି, ରଶ୍ମିତା ଧନି, ବନ୍ଦନା ପାଣିଗ୍ରାହୀ, ସପନ କୁମାର ନାୟକ, ସତ୍ୟବ୍ରତ ଦାସ, ଦୀପକ ଓଝା, ସରୋଜ କୁମାର ବେହେରା, ମନସ୍ୱିନୀ ମହାନ୍ତି, ଶୁଭଶ୍ରୀ ବାରିକ, ପରମେଶ୍ୱର ସାହୁ, ଲୀଜାରାଣୀ ବେହେରା ଓ ମଧୁସ୍ମିତା ପାଣି ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଶିକ୍ଷାକର୍ମୀ ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ, ଚକ୍ରଧର ଗାହାଣ ଓ ବାସନ୍ତି ନାୟକ ଏବଂ ପରିଚାଳନା କମିଟିର ସଭ୍ୟ/ସଭ୍ୟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଯାହା ଦର୍ଶକଙ୍କ ମନ ମୋହିଥିଲା ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

