ତିହିଡ଼ି, ୨୩.୦୧: ଓଡ଼ିଶା ରାଜ୍ୟ ସରକାରଙ୍କର ଦେବୋତ୍ତର ବିଭାଗ ତରଫରୁ ତିହିଡ଼ି ପାଳିଆବିନ୍ଧା ସ୍ଥିତ ବିରଂଚିନାରାୟଣ ମନ୍ଦିର ପରିଦର୍ଶନ କରାଯିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଛି । ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ କମିଶନର ପ୍ରକାଶ କୁମାର କର ଏବଂ ଦେବୋତ୍ତର ବିଭାଗ ନିରୀକ୍ଷକ ଦେବବ୍ରତ ବିଶ୍ୱାଳ ପ୍ରମୁଖ ପରିଦର୍ଶନରେ ଆସି ମନ୍ଦିର ଓ ମନ୍ଦିର ପରିସର ବୁଲି ଦେଖିଥିଲେ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ସୁଧନ୍ୱା ନାୟକ, ସଭ୍ୟ ବିକାଶ କୁମାର ମହାପାତ୍ର, ରାମନାରାୟଣ ନାୟକ, ବିଜୟ କୁମାର ପାତ୍ର, ତାପସ କୁମାର ଦାସ, ଅଜିତ କୁମାର ମହାନ୍ତି, ରଣଜିତ ପ୍ରସାଦ ଦାସ, ମଦନ ମୋହନ ମୁଦୁଲି, କ୍ଷୀରୋଦ ଚନ୍ଦ୍ର ଶତପଥି, ରଣଜିତ କୁମାର ନାୟକ, ବାବାଜୀ ଚରଣ ବିଶ୍ୱାଳ ଓ ସୁରେଶ ଚନ୍ଦ୍ର ପାତ୍ର ଓ ପୂର୍ବତନ ସରପଞ୍ଚ ଅର୍ଚ୍ଚନା ନାୟକ ପ୍ରମୁଖ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କମିଶନର ଶ୍ରୀ କର ଟ୍ରଷ୍ଟର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରର ନିଜସ୍ୱ ଆୟ କିପରି ବୃଦ୍ଧି ପାଇବ ଓ ମନ୍ଦିର କିପରି ସୁରକ୍ଷିତ ରହି ପାରିବ ସେ ନେଇ ପରାମର୍ଶ ଦେଇଥିଲେ । ନବମ ଶତାବ୍ଦିରେ ନିର୍ମିତ ଏହି ମନ୍ଦିରରେ ନେତ ବାନ୍ଧିବା ପାଇଁ ଏକ ଲୁହା ଶିଢ଼ି ନିର୍ମାଣ କରିବା ସହ ମନ୍ଦିର ପରିସରରେ ଯଜ୍ଞକୁଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ସେହିପରି ମନ୍ଦିର ନାମରେ ଥିବା ଜମି ଉଦ୍ଧାର କରିବା ପାଇଁ ମଧ୍ୟ କମିଶନର ପରାମର୍ଶ ଦେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

