ଜଗତସିଂହପୁର: ପାଞ୍ଚ ଦିନ ପରେ ଗଡ଼ିଲା ବସ୍ । ଜଗତସିଂହପୁର ଜିଲ୍ଲାରେ ବସ ଚଳାଚଳ ସ୍ଵାଭାବିକ ହୋଇଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଥିଲା ବସ୍ ମାଲିକ ସଂଘ । ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ଟ୍ରାନ୍ସପୋର୍ଟ କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଆଜି ପାରାଦୀପ ଓ କେନ୍ଦ୍ରାପଡ଼ାରୁ ବସ୍ ଚଳାଚଳ ବନ୍ଦ ହେବାର ଥିଲା । ଟ୍ରାନ୍ସପୋର୍ଟ କମିଶନର ,ଜିଲ୍ଲାପାଳ,ଓ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ପରେ ଜଗତସିଂହପୁରରୁ ଗଡ଼ିଛି ବସ୍ । ୫ ଦିନ ଧରି ବସ୍ ଚଳାଚଳ ଠପ୍ ହୋଇଯିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

