ତିହିଡି, ୧୭.୦୧: ଶ୍ରମିକ ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଦାବୀପତ୍ର ପ୍ରଦାନ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାରଙ୍କ ଜରିଆରେ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନକରାଯାଇଛ । ରାଜ୍ୟର ଶ୍ରମିକ, କୃଷକ ଓ କ୍ଷେତମଜଦୂର ମାନେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ୪ଟି ଶ୍ରମ କୋଡ, ଏମ.ଏନ୍. ରେଗା ଆଇନକୁ ବାତିଲ କରି ଭି.ବି.ଜି.ରାମ (ଜି) ଆଇନ-୨୦୨୫, ମଞ୍ଜି ବିଲ-୨୦୨୫, ବିଦ୍ୟୁତ (ସଂଶୋଧନ) ବିଲ୍ – ୨୦୨୫ର ଦୃଢ ବିରୋଧ କରିଛନ୍ତି । କାରଣ ଏହି ଆଇନ୍ ଗୁଡିକ କାର୍ଯ୍ୟକାରୀ ହେଲେ ଦେଶର କୃଷକ, ଶ୍ରମିକ ଓ ଶ୍ରମଜିବୀ ଜନସାଧାରଣ ବହୁ ସମସ୍ୟାର ସମ୍ମୁ ହେବାସହ ଜନଗଣଙ୍କ ଜୀବନ ଜୀବିକା ଆହୁର ଅଧିକ ସଂକଟଗ୍ରସ୍ତ ହେବ । ନିମ୍ନଲିଖିତ ଜରୁରୀ ଦାବି ଗୁଡିକ ପୂରଣ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଆକର୍ଷଣ କରିବା ନିବେଦନ କରାଯାଇଛି । ଦାଦିଗୁଡିକ ମଧ୍ୟରେ ୪ଟି ଶ୍ରମ କୋଡ ପ୍ରତ୍ୟାହାର କରାଯାଇ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା, ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା, ବିକଶିତ ଭାରତ ଗ୍ୟାଗେଂଟି ଫର ରୋଜଗାର ଆଜିବୀକା ମିଶନ (ଗ୍ରାମିଣ ) ଆଇନ୍-୨୦୨୫ ପ୍ରତ୍ୟାହାର କରି ପୂର୍ବଭଳି ମାହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମଯୋଗାଣ ଆଇନକୁ କାର୍ଯ୍ୟକାରୀ କରାଯିବା । ଏହି ଆଇନରେ ବର୍ଷକୁ ୨ଶହ ଦିନ କାର୍ଯ୍ୟ ଏବଂ ଦୈନିକ ୭ ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ମଞ୍ଜି ବିଲ-୨୦୨୫ ତୁରନ୍ତ ପ୍ରତ୍ୟାହାର କରିବା, ଜାତୀୟ କମ୍ପାନୀ ମାନଙ୍କୁ ଆମ ଦେଶରେ ବିହନ ବିକ୍ରି ପାଇଁ ଅନୁମତି ନଦେବା, ଦିଆ ନଯାଉ । ବିଦ୍ୟୁତ (ସଂଶୋଧନ) ବିଲ-୨୦୨୫ ପ୍ରତ୍ୟାହାର କରାଯାଇ ରାଜ୍ୟ ସରକାର ସମସ୍ତ ଉପଭୋକ୍ତା ମାନଙ୍କୁ ୩ ଶହ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ କରିବା, ବାଧ୍ୟତାମୂଳକ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା, ସମସ୍ତ ମଣ୍ଡିରେ ସମସ୍ତ ଚାଷୀଙ୍କ ଠାରୁ ତୁରନ୍ତ ଧାନ କ୍ରୟ କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ବାମପନ୍ଥୀ ନେତା ତଥା ଆଇନ୍ଜୀବି ବିଷ୍ଣୁ ଚରଣ ଦାଶ, ଶ୍ରୀଧର ଜେନା, ଅଶୋକ ମୁଦୁଲୀ, ନିର୍ମଳ ଦଳେଇ, ବିଜୟ ଦାସ, ଜୋର୍ତମୟ ମଳିକ, ସତ୍ୟବ୍ରତ କୁଣ୍ଡ ପ୍ରମୁଖ ସାମିଲ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

