କଣିହାଁ: ଡାକ୍ତରଙ୍କୁ ଧରିବାକୁ ଯାଇ ଅକଳରେ ଭିଜିଲାନ୍ସ ଟିମ୍ । ଡାକ୍ତରଙ୍କ ବଦଳରେ ଡାକ୍ତର ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା କଣିହାଁ ସିଏଚସିର ଡାକ୍ତର ସୁମନ୍ତଙ୍କୁ ଧରିବାକୁ ଯାଇ ଏଭଳି ହଟହଟା ହୋଇଛି ଭିଜିଲାନ୍ସ । ଗାଁ ଲୋକେ ହସପିଟାଲର ମୁଖ୍ଯ ଫାଟକରେ ତାଲା ମାରି ଭିଜିଲାନସ ଟିମକୁ ଅଟକ ରଖିଥିଲେ । ଅନଗୁଳ CDMO କୋଶଳା କଲେଜକୁ ଜଣେ ଡାକ୍ତରଙ୍କୁ କଣିହାଁ ପଠାଇବାକୁ ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲିଥିଲେ ଗ୍ରାମବାସୀ ।
ଗତକାଲି ଅନୁଗୁଳ କଣିହାଁ CHCର ମେଡିକାଲ ଅଫିସର ଡାକ୍ତର ସୁମନ୍ତ ପଟେଲଙ୍କୁ ଧରିଥିଲା ଭିଜିଲାନ୍ସ । ୪୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ । ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀମାନଙ୍କର ଇନସେଟିଭ ରିଲିଜ କରିବା ପାଇଁ ଲାଞ୍ଚ ନେବା ବେଳେ ଧରାପଡିଥିଲେ ଡାକ୍ତର ପଟେଲ ।

