ତିହିଡି, ୧୪.୦୧ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ପ୍ରାୟ ୩୨୩ ବର୍ଷର ଧରି ପୂଜା ପାଇ ଆସୁଥିବା ମା’ ଦପାନାୟକାଣୀଙ୍କ ଅଲୌକିକ କାହାଣୀ ତା’ର ପ୍ରମାଣ ଦିଏ । ପୂର୍ବେ ମା’ଙ୍କ ପୂଜକ କୁମ୍ଭୀର ପିଠିରେ ବସି ପୂଜା କରିବାକୁ ଆସୁଥିବାର ତାଙ୍କ ଇତିହାସର ସ୍ପଷ୍ଟ ହୁଏ । ପୂୂର୍ବରୁ ଏକ ନଡା ଛପର ଘରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ୧୯୯୯ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତତ୍କାଳୀନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଦଧି ନୌତି ବସାଇ ମା’ଙ୍କ ମନ୍ଦିରର ଚୂଳି ମାରିଥିଲେ । ପ୍ରତିବର୍ଷ ପବିତ୍ର ମକରସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ଯାତ୍ରା ଲାଗିଥାଏ । ଏହି ଯାତ୍ରାରେ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ୍ ହୋଇଥାଏ । ଏହି ଯାତ୍ରାରେ ମା’ଙ୍କ ପାଖରେ ମାନସିକ କରି ରଖାଯାଇଥିବା କୁକୁଡା ଭୋଗ ଲଗା ଯାଇଥାଏ ।

କୁକୁଡା ଗୁଡିକୁ କମିଟି ପକ୍ଷରୁ ନିଲାମ କରା ଯାଇଥାଏ । ଭକ୍ତମାନେ ବହୁ ମୂଲ୍ୟଦେଇ ଘରକୁ ନେଇଥା’ନ୍ତି । ଭକ୍ତମାନେ ମାନସିକ ରଖି ମାଟିରେ ତିଆରି ଘୋଡା ଓ କୁକୁଡାକୁ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏତତ୍ ବ୍ୟତିତ ଏଠାରେ ନଡିଆ, ଗୁଡ, ଚୁଡା ଓ କ୍ଷୀର ଆଦି ଭୋଗ ହେବା ସହ ବାଲ୍ୟଭୋଗ ମଧ୍ୟ କରାଯାଇଥାଏ । ପତ୍ୟେକ୍ଷ ଠାକୁରାଣୀ ଭାବେ ପରିଚିତ ଏହି ପୀଠରେ ଥିବା ବହୁ ପୂରାତନ ତେନ୍ତୁଳି ଗଛ କୋରଡରେ ଶହଶହ ନାଗ ଶା ରହିଥିବା କଥା ମଧ୍ୟ ଜନରବ ରହିଛି । ଦୀର୍ଘ ବର୍ଷ ଧରି ମା’ ଦାନାୟାକାଣୀଙ୍କ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ପର୍ଯ୍ୟଟନଙ୍କ ସୁବିଧା କେନ୍ଦ୍ର ସହିତ ଏକ କଲ୍ୟାଣ ମଣ୍ଡ ସ୍ଥାପିତ ହୋଇଛି । ସ୍ଥାନୀୟ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇ ଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ । ପୀରହାଟ ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି । ପୂଜା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ମା’ଙ୍କ ପୂଜାରେ ସହଯୋଗ କରିଥିଲେ । ମା’ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ଠାରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବାକୁ ଥିବା ବେଳେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

