ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି । ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ଫର୍ମରେ ନଜର ଆସିବା ପରେ ରିଷଭଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ଆହତ ଜନିତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ଓ୍ୱିକେଟ୍ କିପର ଋଷଭ ପନ୍ତ ।
ପନ୍ତ ସିରିଜ୍ ଖେଳିବେନି ବୋଲି ବିସିସିଆଇ ଶନିବାର ଘୋଷଣା କରିଥିଲା । ନେଟ୍ ପ୍ରାକ୍ଟିସ୍ ବେଳେ ସେ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବା ବେଲେ ଏକ ବଲ୍ ତାଙ୍କ ଛାତିରେ ବାଜିଥିଲା । ଫଳରେ ତାଙ୍କୁ ଖୁବ୍ ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଖେଳାଇବା ସମ୍ଭବ ନୁହେଁ । ତାଙ୍କ ଜାଗାରେ ଜୁରେଲ୍ ରବିବାର ମ୍ୟାଚ୍ ଖେଳିପାରନ୍ତି ବୋଲି ବିସିସିଆଇ କହିଥିଲା ।
ନିକଟରେ ବିଜୟ ହଜାରେ ଟ୍ରଫିରେ ଜୁରେଲ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଉତ୍ତର ପ୍ରଦେଶ ତରଫରୁ ଖେଳୁଥିବା ଜୁରେଲ ଟୁର୍ଣ୍ଣାମେଣ୍ଟରେ ମୋଟ୍୫୫୮ରନ୍ ସଂଗ୍ରହ କରିଛନ୍ତି । ୭ଟି ମୁକାବିଲାରେ ତାଙ୍କର ଆଭରେଜ୍ ରହିଛି ୯୦ । ଏଥିରେ ଦୁଇଟି ଶତକ ଏବଂ୪ଟି ଅର୍ଦ୍ଧଶତକ ମଧ୍ୟ ଅଛି ।
ଜୁରେଲଙ୍କ ଫର୍ମ କାରଣରୁ ଦଳ ଏଲିଟ୍ ଗ୍ରୁପ୍ ବିରେ ଟପ୍ ପୋଜିସନରେ ରହିପାରିଥିଲା । ଦଳ ୭ଟି ମୁକାବିଲାରୁ ମୋଟ୍ ୨୮ ପଏଣ୍ଟ ପାଇଛି । କ୍ୱାଟର ଫାଇନାଲରେ ଦଳ ସୌରାଷ୍ଟ୍ରକୁ ଭେଟିବ । ତେବେ ଏହି ମ୍ୟାଚରେ ଜୁରେଲ ଖେଳିବେନି । ଭାରତୀୟ ଟିମରେ ସୁଯୋଗ ମିଳିଥିବାରୁ ସେ ଅଧାରୁ ବିଜୟ ହଜାରେ ଟ୍ରଫିରୁ ବାହାରିଯାଇଛନ୍ତି ।

