ଭୁବନେଶ୍ବର: ଦେବଦୂତ ସାଜିଲେ CISF ଯବାନ । ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଲେ ଜୀବନ । ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ CPR ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି । ୟୁନିଫର୍ମ ପଛରେ ଥିବା ଏହି ମାନବିକତା ଏବଂ କର୍ତ୍ତବ୍ୟନିଷ୍ଠା ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି ।
ଏହା ସହ ଚାରିଆଡୁ ଯବାନଙ୍କୁ ପ୍ରଶଂସା ମିଳିଛି । ତେବେ କଣ ଏହି ସିପଆର ? । କାର୍ଡିଓପଲମୋନାରୀ ରିସସିଟେସନ୍ (CPR) ହେଉଛି ଏକ ଜରୁରୀକାଳୀନ ଚିକିତ୍ସା ପଦ୍ଧତି । ଯାହା ହୃଦଘାତ କିମ୍ବା ଶ୍ୱାସକ୍ରିୟା ବନ୍ଦ ହୋଇଯିବା ସମୟରେ ବ୍ୟବହାର କରାଯାଏ । ଏଥିରେ ରୋଗୀର ଛାତିକୁ ବାରମ୍ବାର ଚାପ ଦିଆଯାଇଥାଏ ।
ଅନେକ ସମୟରେ ମୁହଁ ଦ୍ୱାରା କୃତ୍ରିମ ନିଶ୍ୱାସ ମଧ୍ୟ ଦିଆଯାଏ । ଯେପର୍ଯ୍ୟନ୍ତ ଶରୀରରେ ନିଶ୍ୱାସ ପ୍ରଶ୍ୱାସ ଏବଂ ହୃଦସ୍ପନ୍ଦନ ସ୍ଵାଭାବିକ ହୋଇନାହିଁ ସେପର୍ଯ୍ୟନ୍ତ ମସ୍ତିଷ୍କକୁ ସଚଳ ରଖିବା ଏବଂ ରକ୍ତ ସଞ୍ଚାଳନ ବଜାୟ ରଖିବା ପାଇଁ ଏହି ପ୍ରକ୍ରିୟା କରାଯାଇଥାଏ ।

