ବଲିଉଡର “ଭାଇଜାନ” ସଲମାନ ଖାନ ଆଜି ତାଙ୍କର ୬୦ ଜନ୍ମଦିନ ପାଳନ କରିଛନ୍ତି । ସଲମାନ ଖାନ, ନାମଟି ହିଁ ଯଥେଷ୍ଟ । ସଲମାନ ଖାନଙ୍କ ନାମ ଶୁଣିଲେ ଅନେକ କଥା ମନକୁ ଆସେ । ସଲମାନ ହିନ୍ଦୀ ସିନେମାର ସବୁଠାରୁ ସଫଳ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଦବଙ୍ଗ ଖାନ ଡିସେମ୍ବର ୨୭ ତାରିଖରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି । ଯଦି ଆମେ ସଲମାନ ଖାନଙ୍କ ଜନ୍ମଦିନ ବିଷୟରେ ଆଲୋଚନୋ କରିବା, ତେବେ ଆମେ ହୁଏତ ଏକ ବହି ଲେଖିପାରିବା ।
କଥାରେ ଅଛି ସଲମାନ ଯାହାକୁ ଛୁଇଁବେ ତାଙ୍କ ଭାଗ୍ୟ ବଦଳିଯାଇଥାଏ । ଏହା ମଧ୍ୟ ସତ୍ୟ ଯେ, ଆଜିକାଲି ଲୋକମାନେ ତାଙ୍କ ସହିତ ବାଧା ସ୍ରୁଷ୍ଟି କରିବାପୁ ଭୟ କରୁଛନ୍ତି । ଏଥିସହ ଜାଣିରଖନ୍ତୁ ଯେ, ସଲମାନ ଇଣ୍ଡଷ୍ଟ୍ରିରେ ଫେମସ ହେବା କିମ୍ବା ପଇସା କମାଇବା ସବୁ ତାଙ୍କ ନିଜ ଦମରେ କରିଛନ୍ତି । ଆଜି, ତାଙ୍କର ଏକ ବଡ଼ ଲଗଜରୀ ଘର, ଫାର୍ମହାଉସ୍ ଏବଂ ଯିବାଆସିବା ପାଇଁ ମହଙ୍ଗା କାର ମଧ୍ୟ ଅଛି ।
ସଲମାନଙ୍କ ପାଖରେ ଲଗଜରୀ ଜିବନଯାପନ କରିବା ପାଇଁ ଯଥେଷ୍ଟ ଟଙ୍କା ଅଛି । ସବୁ କିଛି ଥିବା ସତ୍ତ୍ବେ, ସେ ତାଙ୍କ ବ୍ୟକ୍ତଗତ ଜୀବନରେ ଟିକେ ଏକାକୀ ଅନୁଭବ କରନ୍ତି । ତାଙ୍କ ଇଣ୍ଡଷ୍ଟିରେ ଅନେକ ଆଫେୟାର ରହିଛି, ଏପରିକି ବିବାହ ପର୍ୟ୍ ନ୍ତ ପହଞ୍ଚିଛି, କିନ୍ତୁ ସେସବୁ କିଛି ହୋଇପାରିଲା ନାହିଁ । ବିବାହ ନକରିବା ପାଇଁ ସଲମାନଙ୍କ କୌଣସି ଦୁଃଖ ନାହିଁ । ହେଲେ, ସେ ପିତା ହେବାକୁ ଇଚ୍ଛା କରନ୍ତି । ତାଙ୍କ ଭଣଜା ଅରହାନ ଖାନଙ୍କ ସହିତ ଏକ ପଡକାଷ୍ଟରେ, ସେ ବିଲାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସଲମାନ ଜଣେ ପିତା ହେବାକୁ ଏବଂ ତାଙ୍କ ପିଲାକୁ ଭଲ ଭାବରେ ପାଳନ କରିବାକୁ ଚାହାଁନ୍ତି, କିନ୍ତୁ ସେହି ଦିନକୁ ସମସ୍ତଙ୍କ ଅପେକ୍ଷା ।

