ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ । ଏ ଅବସରରେ ସଦୈବ ଅଟଳ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ସେୟାର କରି କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରଦେୟ ଅଟଳ ବିହାରୀ ବାଜପେଙ୍କ ଜୟନ୍ତୀରେ ସଦୈବ ଅଟଳ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବାର ସୌଭାଗ୍ୟ ମିଳିଥିଲା । ଜନସେବା ଏବଂ ରାଷ୍ଟ୍ର ସେବାକୁ ସର୍ମପିତ ତାଙ୍କ ଜୀବନ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ।
ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ନୌ ଗସ୍ତ ରହିଛି । ଲକ୍ଷ୍ନୌର ରାଷ୍ଟ୍ର ପ୍ରେରଣା ସ୍ଥଳରେ ନିର୍ମିତ ଅଟଳ ବିହାରୀ ବାଜପେୟୀ, ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଛି । ୨୩୦ କୋଟି ଟଙ୍କା ବ୍ୟୟରେ ୬୫ ଏକର ଜମିରେ ଏହି ୩ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।
ଅଟଳ ବିହାରୀଙ୍କ ଜନ୍ମଦିନ ଡିସେମ୍ବର ୨୫ ୧୯୨୪ରେ ଗ୍ବାଲିଅର ମଧ୍ୟପ୍ରଦେଶରେ ହୋଇଥିଲା । ସେ ୩ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ନିଧନ ୨୦୧୮ ଅଗଷ୍ଟ ୧୬ ତାରିଖରେ ହୋଇଥିଲା ।

