ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଶାହଜହାପୁରରେ ଭୟଙ୍କର ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଏକା ସାଙ୍ଗରେ ୫ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣା ରୋଜା ଷ୍ଟେସନ ନିକଟରେ ହୋଇଥିବା ଜଣାପଡିଛି ।ସୂଚନା ପାଇବା ମାତ୍ର ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ବାଇକରେ ଲେବୁଲ କ୍ରସିଂ ପାର୍ ହେଉଥିବା ସମୟରେ ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ସେହି ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ,ଜଣେ ମହିଳା ଏବଂ ୨ଟି ପିଲା ଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ଏବଂ ସିଭିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ୫ ଜଣଙ୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ ।
ଅନ୍ୟପଟେ ପୋଲିସ ପ୍ରଶାସନ ଘଟଣାସ୍ଥଳର ତଦନ୍ତ କରୁଛି । ରେଲୱେ ଟ୍ରାକ୍ କ୍ରସ୍ କରୁଥିବା ସମୟରେ ଅବହେଳା ହୋଇଥିବା ପ୍ରଥମ ତଦନ୍ତରୁ ସ୍ପଷ୍ଟ ହୋଇଛି । ମାମଲା ସହିତ ଜଡିତ ଥିବା ସମସ୍ତ ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ।

