ସମ୍ବଲପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ସମ୍ବଲପୁର ସେଟଲମେଣ୍ଟ ଅଫିସ୍ ର ବରିଷ୍ଠ ରାଜସ୍ବ ସହାୟକ ବାସୁଦେବ ଭୋଇଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହେଉଛି । ବରଗଡ଼ ଓ ସମ୍ବଲପୁରର ୪ଟି ସ୍ଥାନରେ ଚାଲିଛି ରେଡ୍ । ବରଗଡ଼ରେ ଦୁଇ ମହଲା ଘର, ସମ୍ବଲପୁର ଚାରଭାଟିରେ ଥିବା ଘରେ ଯାଞ୍ଚ କରୁଛି ଟିମ୍ । ସେହିପରି ବରଗଡ଼ର ପୈତୃକ ଘର ଓ ସମ୍ବଲପୁର କାର୍ଯାଳୟରେ ରେଡ୍ ହେଉଛି । ଚଢ଼ାଉରେ ୨ଜଣ ଡିଏସପି, ୮ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

