ବାଙ୍ଗିରିପୋଷି : ବାଲି ଖାଦାନ ଉପରେ ଚଢାଉ । ତିନୋଟି ପୋକଲିନ ଓ ତିନୋଟି ହାଇୱା ଜବତ । ସୁବର୍ଣ୍ଣରେଖାର ନଦୀ ପଟାରେ ଝାରପୋଖରିଆ ଥାନା ଅନ୍ତର୍ଗତ ବେଆଇନ ପାଣ୍ଡରା ଯମୁନାପାଳ ଘାଟ ଉପରେ ବଡ଼ ଧରଣର ମିଳିତ ଚଢ଼ାଉ । ବିଶେଷ ସୁତ୍ରରୁ ଖବରପାଇ ମୟୂରଭଞ୍ଜ ମାଇନିଂ ଓ ଝାରପୋଖରିଆ ପୋଲିସ ପକ୍ଷରୁ ବିଳମ୍ୱିତ ରାତିରେ ଚଢ଼ାଉ କରାଯାଥିଲା ।
ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଉପରେ ରୋକ ଲଗାଇବା ପାଇଁ କଡ଼ା ନିର୍ଦ୍ଦେଶ ପରେ ଆକ୍ସନ ମୋଡ଼ରେ ମାଇନିଂ ବିଭାଗ ଓ ପୋଲିସ । ଚଢ଼ାଉରେ ତିନୋଟି କୋକଲିନ ଓ ତିନୋଟି ହାଇୱା ଜବତ କରିଛି ସ୍ବତନ୍ତ୍ର ଟିମ । ଘଟଣାସ୍ଥଳରୁ ଅଭିଯୁକ୍ତ ବାଲି ମାଫିଆ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

