ଭାରତୀୟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଂସଦ ଖେଳ ମହୋତ୍ସବ, ପ୍ରଧାନମନ୍ତ୍ରୀଙ୍କ ମନ କି ବାତ, ମଣ୍ଡଳ ସାଂଗଠନିକ ସଂରଚନା, ବୁଥ୍ କମିଟି ଗଠନ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବୈଠକକୁ ଚନ୍ଦ୍ରଶେଖର ନନ୍ଦ ପରିଚାଳନା କରିଥିଲେ। ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ଓ ଉମାକାନ୍ତ ମହାପାତ୍ର, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି ଓ କରୁଣାକର ପଣ୍ଡା, ଜିଲ୍ଲା ସମ୍ପାଦିକା ସସ୍ମିତା ଚାନ୍ଦ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ପୁର୍ବତନ ମଣ୍ଡଳ ସଭାପତି ବୈଠକରେ ଅଂଶଗ୍ରହଣ କରିଥିଲେ।

