ଭୁବନେଶ୍ୱର : ରାତି ଅଧିଆ ବାର୍ ରେ ପଶିଲା ଅବକାରୀ ଟିମ୍ । ରାଜଧାନୀରେ ୩୦ଟି ବାରରେ ରେଡ୍ । ମ୍ୟୁଜିକାଲ ଡ୍ୟାନସ ବାର ଓ ପବ୍ ରେ ରେଡ କରିଛି ଅବକାରୀ ଟିମ୍ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ବାର୍ ରେ ଯାଂଚ କରିଛି ଅବକାରୀ ବିଭାଗ । ଚନ୍ଦ୍ରଶେଖରପୁରରେ ଏକ ବାର ରେ ରେଡ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ ହୋଇଛି। ମଦ ବୋତଲ ଫିଙ୍ଗି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ବାର ସାମ୍ନାରେ ଆକ୍ରମଣ କରି ଚମ୍ପଟ ମାରିଛନ୍ତି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଅଭିଯୋଗ ହୋଇଛି ।

