ରାଜ୍ୟ

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

Spread the love

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସପିଟାଲ ସୁଇପର ଅଫିସରେ ଅଗ୍ନିକାଣ୍ଡ । ସଫେଇ ପାଇଁ ରଖାଯାଇଥିବା ଏସିଡରୁ ନିଆଁ ଲାଗିଥିବା ସୂଚନା । ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ସକାଳେ ରୁମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲର ରୋଗୀଙ୍କ ସମ୍ପର୍କୀୟମାନେ । ତୁରନ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସ୍ଥାନୀୟ ଲୋକ ।

ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁରେ କୌଣସି ବଡ଼ କ୍ଷୟକ୍ଷତିର ଅନୁମାନ ଜଣା ପଡିନାହିଁ। କିନ୍ତୁ ସମସ୍ତ ଫିନାଇଲ, କପଡ଼ା, ସ୍ପିରିଟ,ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

Leave a Reply

Your email address will not be published. Required fields are marked *