ରାଜ୍ୟ

ପାକିସ୍ତାନ ସୁପ୍ରିମକୋର୍ଟରେ ସିଲିଣ୍ଡର ବିସ୍ଫୋରଣ, ୪ ଆହତ

Spread the love

ପାକିସ୍ତାନ : ପାକିସ୍ତାନ ସୁପ୍ରିମକୋର୍ଟରେ ବିସ୍ଫୋରଣ । ବେସମେଣ୍ଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାକୁ ଯୋଗୁଁ ୪ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ବିଲିଡିଂରେ ସେଣ୍ଟ୍ରାଲ ଏସି ସିଷ୍ଟମ ମରାମି କାମ ସମୟରେ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ବିଲିଡିଂରେ ଆତଙ୍କ ଦେଖାଦେଇଛି । ସମସ୍ତେରେ ଜୀବନ ବିକଳରେ ଚାରିଆଡେ ଦୌଡିଛନ୍ତି ।

ବିସ୍ଫୋରଣ ଶବ୍ଦ ଶୁଣିବା ପରେ ଓକିଲ, ଜଜ୍ ଏବଂ ଷ୍ଟାଫ, ଅନ୍ୟ କର୍ମଚାରୀ କୋର୍ଟ ପରିସର ବାହାରକୁ ଦୌଡିଥିଲେ । ବିସ୍ଫୋରଣ ପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ପରେ ରେସକ୍ୟୁ ଟିମ୍ ଏବଂ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ଆହତ କର୍ମଚାରୀ ଏବଂ ଏସି ପ୍ଲାଣ୍ଟ ପାଖରେ କାମ ହେଉଥିଲା । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବେସମେଣ୍ଟରେ ଥିବା କ୍ୟାଫେଟେରିଆ କେବଳ ସୁପ୍ରିମକୋର୍ଟର କର୍ମଚାରୀଙ୍କ ପାଇଁ ଚାଲୁଛି । ସେଠାରେ ହିଁ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ କ୍ୟାଣ୍ଟିନରେ ଥିବା ଫର୍ନିଚର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମ୍ବନ୍ଧୀୟ ଅଧିକାର ଯାଞ୍ଚ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ଏମିତି ବିସ୍ଫୋରଣ ହୋଇସାରିଛି । ଯେଉଁଥିରେ ଲୋକଙ୍କ ଜୀବନ ଚାଲିଯାଇଛି । ଏହାର ମୁଖ୍ୟ କାରଣ ଖରାପ କ୍ବାଲିଟିର ଗ୍ୟାସ ସିଲିଣ୍ଡର ବ୍ୟବହାର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *