ରାଜ୍ୟ

ଅନନ୍ତ ସିଂହଙ୍କ ସହ ୮୦ ସମର୍ଥକ ଗିରଫ: ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ପରେ ବିହାର ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ

Spread the love

ପାଟନା: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ଅକ୍ଟୋବର ୩୦ ତାରିଖରେ ମୋକାମାରେ ଘଟିଥିବା ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଏବଂ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ବେଦନା ଗ୍ରାମରୁ ଗିରଫ କରାଯାଇଛି। ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଏସଏସପି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପାଟନା ପୁଲିସ ଏସଏସପି କାର୍ତ୍ତିକେୟ କେ. ଶର୍ମା କହିଛନ୍ତି ଯେ, ଅକ୍ଟୋବର ୩୦ ତାରିଖରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପଥର ମାଡ଼ ଯୋଗୁ ବହୁ ଲୋକ ଆହତ ହୋଇଥିଲେ। ଘଟଣା ପରେ,୭୫ ବର୍ଷୀୟ ଦୁଲାରଚାନ୍ଦ ଯାଦବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ବେଦନା ଗ୍ରାମର ବାସିନ୍ଦା ଥିଲେ, ଯେଉଁଠାରେ ସଂଘର୍ଷ ଘଟିଥିଲା।

Leave a Reply

Your email address will not be published. Required fields are marked *