ରାଜ୍ୟ

ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପଡ଼ିଲା ଭିତ୍ତି ପ୍ରସ୍ତର, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Spread the love

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପଡ଼ିଲା ଭିତ୍ତି ପ୍ରସ୍ତର ।  ଭୁବନେଶ୍ବର ଜଟଣୀ ସ୍ଥିତ ଇନଫୋଭ୍ୟାଲିରେ SiCSem ପ୍ରାଇଭେଟ ଲିମିଟେଡ୍ ସେମିକଣ୍ଡକ୍ଟର ପ୍ରକଳ୍ପର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ୨ ହଜାର ୬୭ କୋଟି ବ୍ୟୟରେ ନିର୍ମାଣ ହେବ ଏହି ପ୍ରକଳ୍ପ ।  ଏହାଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଶିଳ୍ପ ଓଡିଶାକୁ ଆସୁ ।  ଏହା ସଫଳ ହେଉଛି ।  ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ସୁଯୋଗ ରହିଛି ।  ଭୁବନେଶ୍ୱର ଆଇଆଇଟିରେ ନିଜ ଏମପି ଲାଡରେ ସେମିକଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଥିବା ସେ ସୂଚନା ଦେଇଛନ୍ତି ।  ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୩ ଏକର ଜମି ଯୋଗାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *