ରାଜ୍ୟ

ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ ହେବାକୁ ଯାଉଥିବାରୁ ମାନନୀୟା‌ ବାଚସ୍ପତିଙ୍କୁ‌ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ

Spread the love

କରଞ୍ଜିଆ : ନାବାଳକକୁ ହାଣିଲା ନାବାଳକ । ଖେଳୁଥିବା ବେଳେ ନାବାଳକର କୋଦାଳ ଚୋଟରେ ନାବାଳକର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାହାର୍ଦ୍ଦାପଳସା ଗାଁରେ ଘଟିଛି ଏପରି ଅଘଟଣ । ଆଜି ଅପରାହ୍ନ ସମୟରେ ଦୁଇ ନାବାଳକ ଖେଳୁଥିବା ବେଳେ କୌଣସି କାରଣରୁ ଜଣେ ଅନ୍ୟ ଜଣକୁ କୋଦାଳରେ ହାଣି ଥିବା ଅଭିଯୋଗ ହୋଇଛି । ଯଶିପୁର ମେଡିକାଲରେ ନାବାଳକକୁ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ନାବାଳକର ମୃତ ଦେହକୁ ଜବତ କରି ଯଶିପୁର ପୋଲିସର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *