ବରିଷ୍ଠ କିରାଣୀଙ୍କ ଅବସରଗ୍ରହଣ
ଓଡ଼ଗାଁ,(୩୧/୧୦): ରିପୋର୍ଟ – ସନାତନ ମହାକୁଡ଼। ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିମଳ କୁମାର ବାରିକ ଅବସରଗ୍ରହଣ କରିଛନ୍ତି।ଏ ଅବସରରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରଘୁନାଥ ମଲ୍ଲିକ ଓ ସାମ୍ବାଦିକ ସଂଘ ସଭାପତି ରାମକୃଷ୍ଣ ପରିଡ଼ା ମଞ୍ଚାସୀନ ଥିଲେ।ସିଆରସିସି ଯଶୋବନ୍ତ ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ସିଆରସିସି ବିଭୁତି ଭୂଷଣ ଘଡେଇ,ହଟ୍ଟନାଥ ପ୍ରଧାନ, ଲଳିତ ମୋହନ ମିଶ୍ର, ରଘୁନାଥ ବସନ୍ତିଆ,ରାଜକିଶୋର ନାୟକ ପ୍ରମୁଖ ଶ୍ରୀ ବାରିକଙ୍କ କାର୍ଯ୍ୟଶୈଳୀର ଭୂୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟାଳୟ ପକ୍ଷରୁ ଦେବାଶିଷ ଦାଶ,ନିରଞ୍ଜନ ରଥ,ଚିନ୍ମୟ କୁମାର ସାଥୁଆ,ରବୀନ୍ଦ୍ର କୁମାର,ସସ୍ମିତା ନାୟକ,ସ୍ୱାଗତିକା ମହାପାତ୍ର,ଅନୁଜ ନାୟକ ଏବଂ ସମସ୍ତ ସିଆରସିସି ପ୍ରମୁଖ ଶ୍ରୀ ବାରିକଙ୍କୁ ମାନପତ୍ର,ଫୁଲତୋଡା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।କିରାଣୀ ଲକ୍ଷ୍ମଣ କୁମାର ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ।