ରାଜ୍ୟ

କଳା ସୃଜନୀ -୨.୦ଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ଉଦଘାଟିତ।

Spread the love

ରାଉରକେଲା (୩୧/୧୦): ରିପୋର୍ଟ-ସନାତନ ମହାକୁଡ଼। ୭ ନମ୍ବର ସେକ୍ଟରର କମୁନିଟି ସେଣ୍ଟର୍ ଠାରେ ପରିଚାଳିତ ଜସପାଲ ସ୍ମୃତି ଚିତ୍ରାଳୟର କଳା ସୃଜନୀ୨.୦
ଶିଳ୍ପୀ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ୩୧ ତାରିଖ ଦିନ ଉଦଘାଟିତ ହୋଇଛି । ଚିତ୍ରାଳୟର ଅଧକ୍ଷ ରମେଶ ଚନ୍ଦ୍ର ପାତ୍ର ଇସ୍ପାତ
ନଗରୀରେ କଳାର ପ୍ରଚାର ପ୍ରସାର ପାଇଁ ସ୍ୱର୍ଗତଃ ଚିତ୍ରଶିଳ୍ପୀ ଜସପାଲଙ୍କ ପ୍ରତି ଛବିରେ ମାଲ୍ୟାର୍ପଣ କରି ଶିବିରକୁ ଉଦଘାଟନ କରିଥିଲେ ।
ଚଳିତ ବର୍ଷ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୫ ଜଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି । ଏମାନେ ସୋନପୁର, ସମ୍ବଲପୁର, ବର୍ବିଲ, ଅନୁଗୁଳ, ରାୟପୁରରୁ ଆସିଛନ୍ତି ।


ଉଦଘାଟନ ଉତ୍ସବରେ ମାଲିନା ପାତ୍ର, ରଶ୍ମି ବଳା ସାହୁ, ବିନୟ ଭୂଷଣ ମହାନ୍ତି, ସୋମ୍ୟାଜିତ୍ ଟି ଗରନାୟକ, ପବିତ୍ର ପାତ୍ର, ଦେବଦତ୍ତା ମହନ୍ତ, ଚିତ୍ତ ରଂଜନ ମହନ୍ତ, ସସ୍ମିତା ସାହୁ, ଚୈତଳି ଦାସ, ସୁକନ୍ୟା ମହାନ୍ତି, ଜୟଶ୍ରୀ ଦେ, ସିଦ୍ଧାର୍ଥ ଜେନା, କେୱାଲ୍ ତିର୍କି, ଭରତ ଭୂଷଣ ପ୍ରଧାନ, ପ୍ରତାପ ପଟ୍ଟନାୟକ, ଦିଲୀପ ଦାସ, ସସ୍ମିତା ପଟ୍ଟନାୟକ ଓ ରମେଶ ପାତ୍ର ଅଂଶ ଗ୍ରହଣ କରିଛନ୍ତି ।
ଶିଳ୍ପୀ ଶିବିରକୁ ଦିଲୀପ ଦାସ, ସସ୍ମିତା ପଟ୍ଟନାୟକ ଓ ପ୍ରତାପ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ରେ ଉପସ୍ଥିତ ହୋଇ ଶିଳ୍ପୀମାନଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *