ଜଳେଶ୍ବର ସର୍ଦ୍ଦାରବନ୍ଧ ରେ ଅଭାବନୀୟ ଘଟଣା
ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ଅଞ୍ଚଳ ଜଳେଶ୍ବର ସର୍ଦ୍ଦାରବନ୍ଧ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର କାଠ ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଆଜି ପଶ୍ଚିମବଙ୍ଗର ସଂଗଠିତ ମାଫିଆ ମାନେ ସର୍ଦ୍ଦାରବନ୍ଧ ଜଙ୍ଗଲରୁ ୨୦୦ ରୁ ଉର୍ଦ୍ଧ୍ବ ବଡ଼ ବଡ଼ ଆକାଶୀ ଗଛ କାଟି ପଶ୍ଚିମବଙ୍ଗ ନେଉଥିବା ସମୟରେ ସ୍ଥାନୀୟ ଲୋକ ବିରୋଧ କରିଥିବାରୁ ତାଙ୍କ ଯୋଜନା ଭଣ୍ଡୁର ହୋଇଥିଲା। ହେଲେ ସେମାନେ ପୁନରାୟ ରାତିରେ ଆସି କଟା ଗଛଗୁଡ଼ିକୁ ନେବାର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତୁରନ୍ତ ଜଙ୍ଗଲ ବିଭାଗ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରି ବିହିତ ପଦକ୍ଷେପ ନେଇଛନ୍ତି।