ରାଜ୍ୟ

ସାଇବର୍ ସୁରକ୍ଷା ଅଭିଯାନ ଅବସରରେ ବକ୍ତୃତା ପ୍ରତିଯୋଗିତା

Spread the love

ଓଡ଼ଗାଁ (୩୧/୧୦): ରିପୋର୍ଟ- ସନାତନ ମହାକୁଡ଼। ସାଇବର୍ ସୁରକ୍ଷା ଅଭିଯାନ ଉପଲକ୍ଷେ ବ୍ଲକ୍ ସ୍ତରୀୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉଚ୍ଚ ପ୍ରାଥମିକରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ଲଷ୍ଟର୍ ତରଫରୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାୟ ୧୮ ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ।ସେମାନଙ୍କ ମଧ୍ୟରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଓଁ ସ୍ୱସ୍ତି ତ୍ରିପାଠୀ ପ୍ରଥମ ଓ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟର ସମୀକ୍ଷା ଦାଶ ଦ୍ୱିତୀୟ ସ୍ଥାନ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସ୍ୱାଧୀନଭାରତୀ ପ୍ରଥମ,ଭୀମସେନ କୄଷି ବିଦ୍ୟାପୀଠ ବାଉଁଶଗାଡ଼ିଆର ଛାତ୍ରୀ ଭାଗ୍ୟଶ୍ରୀ ମହାପାତ୍ର ଦ୍ୱିତୀୟ ଓ ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଚିନ୍ତିକା

ସାହୁ ତୄତୀୟ ସ୍ଥାନ ଅଧିକାର କରିଥିଲେ।ଓଡ଼ଗାଁ ଆଦର୍ଶ ଥାନା ପକ୍ଷରୁ ଓଆଇସି ଚକ୍ରଧର ସିଂହ,ଅତିରିକ୍ତ ଶିକ୍ଷାଧିକାରୀ ରାଜକିଶୋର ସାହୁ,ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା ବେଳେ ସିଆରସିସି ବିଭୂତି ଭୂଷଣ ଘଡେଇ, ଯଶୋବନ୍ତ ପଟ୍ଟନାୟକ ଓ ଉମାକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *