ରାଜ୍ୟ

ଜିନ୍‌ପିଙ୍ଗଙ୍କ ସହ ବୈଠକ ପରେ ଚୀନ ଉପରୁ ଶୁଳ୍କ ହ୍ରାସ କଲେ ଟ୍ରମ୍ପ

Spread the love

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୬ବର୍ଷ ପରେ ସାକ୍ଷାତ କରିଥିଲେ। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରି ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ, ଜିନ୍‌ପିଙ୍ଗଙ୍କୁ ମହାନ ନେତା କହିଥିବା ବେଳେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ ଚୀନ ଉପରେ ଶୁଳ୍କ ହ୍ରାସ କରିଛନ୍ତି। ସେ କହିଛନ୍ତି ଯେ, ଚୀନ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାଣିଜ୍ୟ ଚୁକ୍ତି ଉପରେ ଖୁବ୍ ଶୀଘ୍ର ଭଲ ଖବର ମିଳିବ। ତେବେ ଆମେରିକା ଚୀନ ଉପରେ ଶୁଳ୍କ 10 ପ୍ରତିଶତ ହ୍ରାସ କରିଥିବା ଜଣାଯାଇଛି। ୫୭%ରୁ ୪୭%କୁ ହ୍ରାସ ପାଇଛି ଶୁଳ୍କ।ଏହା ପୂର୍ବରୁ ସେ ଜିନ୍‌ପିଙ୍ଗଙ୍କ ପ୍ରଶଂସା କରି କହିଥିଲେ, “ଆମେ ପୂର୍ବରୁ ଅନେକ ବିଷୟରେ ସହମତ ହୋଇଛୁ ଏବଂ ଆଗକୁ ଆହୁରି ଅନେକ ବିଷୟରେ ସହମତିରେ ପହଞ୍ଚିବୁ। ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ମହାନ ଦେଶର ଜଣେ ମହାନ ନେତା, ଏବଂ ମୁଁ ବିଶ୍ୱାସ କରୁଛି ଆମ ମଧ୍ୟରେ ଏକ ଦୀର୍ଘକାଳୀନ ଭଲ ସମ୍ପର୍କ ରହିବ। ତାଙ୍କ ସହିତ ସାକ୍ଷାତ କରିବା ଏକ ସମ୍ମାନର କଥା।”

Leave a Reply

Your email address will not be published. Required fields are marked *