ରାଜ୍ୟ

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

Spread the love

ଭୁବନେଶ୍ବର: ବିବାଦର ଗୋଟିଏ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି। ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କିଛି ସମୟ ଭିତରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଦେଇଛନ୍ତି।

ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ବୁଧବାର ପୁଣି ଥରେ ଉପବାସରେ ରହିଥିଲେ। ପ୍ରଶାସନିକ ବ୍ୟବସ୍ଥା ଏବଂ ସେବାୟତଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଏହିଭଳି ଅଭାବନୀୟ ଘଟଣା ପୁଣି ଥରେ ଉପୁଜିଥିଲା। ଯେଉଁଥି ପାଇଁ ଶ୍ରଦ୍ଧାଳୁଙ୍କ ମନକୁ କୁଠାରାଘାତ ଲାଗିଥିଲା। ପବିତ୍ର କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତମାନେ ତୀବ୍ର ନିନ୍ଦା କରିଥିଲେ।ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିକାନ୍ତିକୁ ବୁଧବାର ପାଳି ଥିବା ସମର୍ଥା ନିଯୋଗ ସେବାୟତମାନେ ବନ୍ଦ କରିଥିଲେ। ବୁଧବାର ସକାଳୁ ସାହାଣ ମେଲା, ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା। ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଥିଲା। ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହୋଇ ନଥିବାରୁ ହଜାର ହଜାର ହବିଶ୍ୟାଳି ଧର୍ମମାସରେ ପ୍ରସାଦ ପାଇପାରି ନଥିଲେ। ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଥିଲା। 

Leave a Reply

Your email address will not be published. Required fields are marked *